ମୋବାଇଲ ଚୋର ଧରିବାବେଳେ ଚଳନ୍ତା ଟ୍ରେନରୁ ଡେଇଁଲେ ବ୍ୟକ୍ତି : ମୃତ୍ୟୁ

Published By : Prameya-News7 Bureau | July 09, 2019 IST

ମୁମ୍ବାଇ ୯/୭: ଚର୍ଣ୍ଣି ରୋଡ଼ ଷ୍ଟେସନରେ ଏକ ମୋବାଇଲ ଚୋରକୁ ଧରିବା ଚକ୍କରରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଡେଇଁପଡ଼ିଥିଲେ ଏବଂ ଟ୍ରେନ ଲାଇନରେ ପଡ଼ି ଯାଇଥିଲେ। ଏହି ଉଦ୍ୟମ କରିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତ ରବିବାର ହୋଇଥିବା ଏହି ଘଟଣାର ସିସିଟିଭି ଭିଡିଓ ଆଜି ସାମନାକୁ ଆସିଛି।

ରବିବାର ସକାଳେ ୬:୪୫ରେ ଶକିଲ ଶେଖ(୫୨) ଗୋରେଗାଁଓରୁ ଚର୍ଚ୍ଚଗେଟ ଆସୁଥିଲେ। ଟ୍ରେନ୍ ପ୍ଲାଟଫର୍ମ ନମ୍ବର ୨-୩ରେ ପହଞ୍ଚିବାବେଳେ ଚୋର ଟ୍ରେନ ବଗିରେ ଚଢ଼ି ଶେଖଙ୍କ ହାତରୁ ମୋବାଇଲ ଛଡ଼ାଇ ଟ୍ରେନରୁ ଡେଇଁ ପଡ଼ିଥିଲା। ଶେଖ ମଧ୍ୟ ଚୋରର ପିଛା କରି କରି ମରିନ ଲାଇନ ଏଣ୍ଡରେ ତାକୁ ଧରିବା ପାଇଁ ଟ୍ରେନରୁ ଡେଇଁ ପଡ଼ିଥିଲେ। ସେ ଟ୍ରେନ ଲାଇନରେ ଖସି ପଡ଼ିଥିଲେ ଏବଂ ସାମନାରୁ ଆସୁଥିବା ଏକ ଲୋକାଲ ଟ୍ରେନ ଚାପାରେ ଜୀବନ ହରାଇଥିଲେ।

ଘଟଣା ପରେ ଚୋର ଫେରାର ହୋଇଯାଇଥିଲା। ଶେଖ ତାଜ ହୋଟେଲରେ ଡ୍ରାଇଭିଙ୍ଗ କରୁଥିଲା। ତାଙ୍କର ଦୁଇଟି ପିଲା ଏବଂ ପତ୍ନୀ ଅଛନ୍ତି। ଏବେ ଯାଏଁ ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.