ଘରେ ଭୀଷଣ ନିଆଁ ଲାଗିବାରୁ ଝରକା ବାହାରେ ଶୋଇପଡିଲେ ଯୁବକ : ଭିଡିଓ ଭାଇରାଲ

Published By : Prameya-News7 Bureau | May 27, 2019 IST

ଘରେ ନିଆଁ ଲାଗିଥିବାର ଏକ ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଭିଡିଓ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ନିଆଁରୁ କିଭଳି ନିଜକୁ ରକ୍ଷା କରିଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଆପାର୍ଟମେଣ୍ଟରେ ହୁ ହୁ ହୋଇ ନିଆଁ ଜଳୁଛି | ଘରୁ ବାହାରି ଆସି ଜଣେ ଯୁବକ ଝରକା ନିକଟରେ ଶୋଇ ରହିଛନ୍ତି ।

{"id":116421}


ଘଟଣା ରୋମର । ଭିଡିଓଟି ପାଖାପାଖି ୧ ମିନିଟର । ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ ଯୁବକ ଜଣକ ଭୀଷଣ ନିଆଁ ଓ ଧୂଆଁରୁ ନିଜକୁ ରକ୍ଷା କରିଛନ୍ତି | ଯୁବକ ପ୍ରଥମେ ଝରକା ବାହାରେ ଶୋଇଛନ୍ତି । ସେତେବେଳେ ସେ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିଲେ । କିନ୍ତୁ ପରେ ସେ ସାର୍ଟ ମଧ୍ୟ ଖୋଲି ଦେଇଥିଲେ । କିଛି ସମୟ ପରେ ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଂଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା ।

{"id":116422,"width":582,"height":326}


ରିପୋର୍ଟ ଅନୁଯାୟୀ, ଘରେ ନିଆଁ ଲାଗିବା ପରେ ଯୁବକ ନିଜ ଘରୁ ବାହାରି ବାହାରକୁ ଆସିବାରେ ଅସମର୍ଥ ହୋଇଥିଲେ । ସେଥିପାଇଁ ସେ ଝରକା ବାହାରେ ଶୋଇପଡ଼ିଥିଲେ । ଅଜବ ତରିକାରେ ସେ ଝରକା ବାହାରେ ନିଜକୁ ନିୟନ୍ତ୍ରଣ କରି ରଖିଥିଲେ । ଏତିକିବେଳେ ସେ ଭୟଭୀତ ହୋଇଥିଲେ ସୁଦ୍ଧା ଶାନ୍ତ ରହିବାକୁ ପୁରା ଚେଷ୍ଟା କରିଥିଲେ ।

wp:html
/wp:html


ସର୍ଟ ସର୍କିଟ ଯୋଗୁଁ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା କୁହାଯାଉଛି । ଘଟଣାର ଭିଡିଓରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସେଠାରେ ବୁଲୁଥିବା ଜଣେ ଅଷ୍ଟ୍ରେଲିଆ ଟୁରିଷ୍ଟ ଭିଡ଼ିଓ ରେକର୍ଡ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.