ବିଦ୍ୟୁତ ଆଘାତରେ ଯୁବକ ମୃତ, ଏକମାତ୍ର ରୋଜଗାରିଆ ପୁଅକୁ ହରାଇଲା ପରିବାର

Published By : Prameya-News7 Bureau | June 23, 2020 IST

ବୌଦ୍ଧ, ୨୩|୦୬: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବିଲାସପୁର ଗ୍ରାମ ପଂଚାୟତର ବଡ଼ ରାହାଜୋର୍ ଗ୍ରାମରେ ମଙ୍ଗଳବାର  ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l

ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ  ୩. ୩୦ ମିନିଟ ବଡ଼ ରାହାଜୋର୍ ଗ୍ରାମର ସୁବାସ ଲୋଇ ନିଜ ଘରେ କୌଣସି ଏକ ବିଦ୍ୟୁତ କାମ କରୁଥିଲେ । ସେହି ସମୟରେ ନିଜ ଘରେ କୌଣସି ପ୍ରକାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛିଟିକ ପଡିଥିଲେ l ତାଙ୍କୁ ତୁରନ୍ତ ସୋନପୁର ଜିଲ୍ଲା ସଦର ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ମନମୁଣ୍ଡା ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି l ପରିବାରର ଏକମାତ୍ର ରୋଜଗାରିଆ ସୁବାସର ମୃତ୍ୟୁରେ ପରିବାର ଓ ବନ୍ଧୁବର୍ଗ ମ୍ରିୟମାଣ ହୋଇ ପଡିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.