ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନ ବିଭାଗ: ୮ ଜଣଙ୍କୁ ମାରିଥିଲା, ୪ଜଣଙ୍କୁ ଗୁରୁତର କରିଥିଲା

Published By : Prameya-News7 Bureau | December 19, 2020 IST

ପୁଣେ ୧୯/୧୨ : ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଆତଙ୍କ ଚଳାଇଥିବା ଚିତାବାଘକୁ ଶେଷରେ ଗୁଲି ଗରି ହତ୍ୟା କରାଯାଇଛି । କିଛି ଦିନ ହେବ ସେହି ଅଞ୍ଚଳରେ ଚିତାବାଘଟି ୮ ଜଣଙ୍କୁ ଲୋକଙ୍କୁ ମାରିଥିବା ସୂଚନା ମିଳିଛି । ଏହା ସହ ୪ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ବନ ବିଭାଗର ଅନେକ ଅଧିକାରୀ ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ ଚିତାବାଘଟିକୁ କାବୁ କରିବାରେ ସକ୍ଷମ ହୋଇପାରି ନଥିଲେ । ଏହା ପରେ ବନ ବିଭାଗ ଦ୍ବାରା ଜଣେ ସୁଟରଙ୍କୁ ନିଯୁକ୍ତି କରାଯାଇଥିଲା । ତେବେ ଚିତାବାଘଟି କରମାଳର ବିତାରଗାଁ ନିକଟ ଗୋଟିଏ କଦଳୀ ଫାର୍ମରେ ଫସିଥିଲା । ସେଠାରେ ସୁଟରଙ୍କ ଦ୍ବାରା ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଚିତାବାଘଟିକୁ ଗୁଳି କରିବାରେ ସକ୍ଷମ ହୋଇଥିଲେ ।

କରମାଳରେ ଜଣେ ୯ ବର୍ଷର ଶିଶୁକୁ ମାରିବା ପରେ ଏହି ମଣିଷ ଖିଆ ଚିତାବାଘକୁ ଠାବ କରାଯାଇଥିଲା । ଏହା ପରେ ବନ ବିଭାଗର କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀମାନେ ଚିତାବାଘକୁ କାବୁ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥିଲେ । କିନ୍ତୁ ସମସ୍ତ ଉଦ୍ୟମ ପରେ ମଧ୍ୟ ତାହାକୁ କାବୁ କରାଯାଇପାରିନଥିଲା । ଶେଷରେ ଜଣେ ସୁଟରଙ୍କୁ ଏଥିପାଇଁ ସୁପାରିଶ କରାଯାଇଥିଲା । କଦଳୀ ବଗିଚାରେ ପଶିଥିବା ବେଳେ ଚିତାବାଘକୁ ଟ୍ରାକ୍ କରାଯାଇ ଗୁଳି ମାରି ହତ୍ୟା କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.