Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜଣେ ଶ୍ରମିକଙ୍କୁ ୩ କୋଟି ୪୯ ଲକ୍ଷ ଟଙ୍କାର ନୋଟିସ୍ କଲା ଆୟକର ବିଭାଗ…

16/01/2020 at 4:32 PM

ଭୋପାଳ୧୬/୧: ମାସିକ ଦରମା ମାତ୍ର ୭ ହଜାର ଟଙ୍କା ପାଉଥିବା ରବି ଗୁପ୍ତା ଏବେ ଅକାଳରେ ପଡି ଯାଇଛନ୍ତି। ଆୟକର ବିଭାଗ ପକ୍ଷରୁ ତାଙ୍କୁ ୩ କୋଟି ୪୯ ଲକ୍ଷ ଟଙ୍କାର ନୋଟିସ୍‌ ହୋଇଛି। ରବିଙ୍କ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ମୁତାବକ ତାଙ୍କ ଆକାଉଣ୍ଟରେ ବର୍ତ୍ତମାନ ସୁଦ୍ଧା ୧୩୪ କୋଟି ଟଙ୍କାର ଜମା ରାଶି ରହିଛି। ଆଶ୍ଚର୍ଯ୍ୟଜନକ କଥା ଯେ ରବି ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲି ନାହାନ୍ତି। ତେବେ ତାଙ୍କ ନାଁରେ ଖୋଲା ଯାଇଥିବା ଆକାଉଣ୍ଟର ଷ୍ଟେଟ୍‌ମେଣ୍ଟ ମୁତାବକ ୨୦୧୧-୧୨ ମସିହାରେ ତାଙ୍କ ବ୍ୟାଙ୍କ ଖାତାର ଟ୍ରାଂଜାକ୍ସନ ୧୩୪ କୋଟି ଟଙ୍କା ହୋଇଛି। ମଧ୍ୟପ୍ରଦେଶର ଭିଣ୍ଡ୍‌ରେ ଏଭିଳି ଘଟଣା ଘଟିଛି।

କିନ୍ତୁ ଏଠି ପ୍ରଶ୍ନ ଉଠିଛି ଏତେ ଟଙ୍କା ରବିଙ୍କ ନାଁରେ ଟଙ୍କା କିଏ ଡିପୋଜିଟ୍ କଲା। ରବିଙ୍କ କହିବା ଅନୁସାରେ ପ୍ୟାନ୍‌ ନମ୍ବର ଓ ଫଟୋ ନେଇ କେହି ଜଣେ ତାଙ୍କ ନାଁରେ ଆକାଉଣ୍ଟ୍ ଖୋଲି ଟଙ୍କା ନେଣଦେଣ କରୁଛନ୍ତି। ରବି କହିଛନ୍ତି ତାଙ୍କର ମାସିକ ଦରମା ମାତ୍ର ୭ ହଜାର ଟଙ୍କା। ଏତେ ଟଙ୍କା କେଉଁଠୁ ଓ କେମିତି ଆସିଲା ତାଙ୍କୁ ଜଣା ନାହିଁ।

ଆୟକର ବିଭାଗ ପକ୍ଷରୁ ଆସିଥିବା ୩ କୋଟି ୪୯ ଲକ୍ଷର ଟଙ୍କାର ନୋଟିସ୍‌ ଦେଖି ରବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି  ତାଙ୍କ ପାଖରେ ୧୩୪ କୋଟି ଟଙ୍କା ଥିଲେ ସେ ଏକ ଫାର୍ମ ଖୋଲି ବ୍ୟବସାୟ ଆରମ୍ଭ କରି ପାରି ଥାଆନ୍ତେ। ରବି ଆହୁରି ମଧ୍ୟ କହିଛନ୍ତି ନୋଟ୍ ବନ୍ଦୀ ବେଳେ ତାଙ୍କ ସହ ଏମିତି ଏକ ଘଟଣା ଘଟିଥିଲା।  ଅଚାନକ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଡିପୋଜିଟ୍‌ ହୋଇଥିଲା। କିଛିଦିନ ପରେ ପୁଣି ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା।ସେହି ସମୟରେ ରବି ପୋଲିସ୍‌ରେ ଅଭିଯୋଗ କରି ନ ଥିଲେ। କିନ୍ତୁ ଏଥର ରବିଙ୍କ ସହ ନୂଆ ଘଟଣା ଘଟିଛି। ତାଙ୍କ ପ୍ୟାନ୍‌ କାର୍ଡ ଓ ଫଟୋ ନେଇ ଅନ୍ୟ କେହି ତାଙ୍କ ନାଁରେ ଆକାଉଣ୍ଟ ଖୋଲିଥିବା କଥା ରବି କହିଛନ୍ତି ।

   Related Posts