ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | March 09, 2019 IST

ସାନଖେମୁଣ୍ଡି ୯|୩ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଅଭାବନୀୟ ଘଟଣା ଘଟିଛି ।  ସକାଳୁ ପାଟପୁର ଥାନା ରାମଚନ୍ଦ୍ରପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗାଁର ରଙ୍କ ପରିଡା ତାଙ୍କ ବୟସ  ୭୨ ବର୍ଷ ହେବ । ପୋଖରୀରେ ବୃଦ୍ଧ ଭାସୁଥିବା ବେଳେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ନଥିବାରୁ ପରିବାର ଲୋକ ଶବକୁ ରଖି ଅପେକ୍ଷା କରିଛନ୍ତି । ଡାକ୍ତର ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.