ଶୌଚ ହେବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୃତ୍ୟୁ, ପୋଲିସର ତଦନ୍ତ

Published By : Prameya-News7 Bureau | April 09, 2021 IST

ଆନନ୍ଦପୁର ୦୯/୦୪ : ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଣ୍ଡୁଆ ଗାଁରେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସେହି ଗାଁର କ୍ଷୀରୋଦ ଦାସ‌ । କ୍ଷୀରୋଦ ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଘର ଲୋକଙ୍କୁ ଶୌଚ ହେବାକୁ କହି ଯାଇଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ​‌ ଖୋଜାଖୋଜି କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ମଧ୍ୟ କ୍ଷୀରୋଦଙ୍କୁ ପାଇନଥିଲେ ପରିବାର ଲୋକେ ।  ଶୁକ୍ରବାର ସକାଳୁ ନିକଟସ୍ଥ ସାନପଣ୍ଡୁଆ ପୋଖରୀରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.