ପୋଖରୀ ଭିତରେ ଯୁବକଙ୍କୁ ମାରିଲା ବାତ, ପାଣିରେ ବୁଡ଼ି ଚାଲିଗଲା ଜୀବନ

Published By : Prameya-News7 Bureau | July 09, 2021 IST

ରାଇରଙ୍ଗପୁର ୯/୦୭:  ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ କାଳ ସାଜିଲା ବାତ। ଗାଧୋଇବା ବେଳେ ହଠାତ ବାତ ମାରିବାରୁ  ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏମିତି  ଅଭାବନୀୟ ଘଟଣା ଗୋରୁମହିଷାଣି ଥାନା ରୁଆଁସି ଗ୍ରାମରେ ଘଟିଛି। ମୃତ ଯୁବକ ରୁଆଁସି ଗ୍ରାମର ଶ୍ରୀମହନ ମୁଣ୍ଡା ।

ଶ୍ରୀମହନ ବିଲ କାର୍ଯ୍ୟ ସାରି ଘର ପଛରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେଇ ସମୟରେ ତାଙ୍କୁ ବାତ ମାରିଥିଲା । ଯାହା ଫଳରେ ପାଣିରେ ବୁଡି ଯାଇ ଶ୍ରୀମହନ ପ୍ରାଣ ହରାଇଥିବା କହିଛନ୍ତି ପରିବାର ଲୋକେ।ଏହାକୁ ନେଇ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କିନ୍ତୁ ଥାନାରେ କୌଣସି ସୂଚନା ଦିଆ ଯାଇନଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.