ଲକଡାଉନ୍ ପାଇଁ ଜୀବନ ଜୀବିକା ଠପ୍: ରାସ୍ତାରେ ବୁଲା କୁକୁରଙ୍କ ସହ ମିଶି କ୍ଷୀର ପିଇଲେ ଯୁବକ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | April 14, 2020 IST

ଆଗ୍ରା, ୧୪|୦୪:  କରୋନା ଭାଇରସ ପାଇଁ ସାଧାରଣ ଜୀବନଯାପନ ଏକ ପ୍ରକାର ଠପ୍ ହୋଇଯାଇଛି । ଶ୍ରମିକ ଓ ଗରିବମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି । ଲକଡାଉନ ପାଇଁ ସେମାନେ କୌଣସି କାମଧନ୍ଦା ନପାଇ ବେରୋଜଗାର ହୋଇଯାଇଛନ୍ତି । ଏହା ମଧ୍ୟରେ ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଓ କିଛି ବୁଲା କୁକୁର ରାସ୍ତାରେ ଢଳାଯାଇଥିବା କ୍ଷୀର ପିଉଛନ୍ତି । ଯାହା ଦାରିଦ୍ର୍ୟର ଏକ ନିଚ୍ଛକ ଛବି ବୟାନ କରୁଛି ।

ସୂଚନାନୁସାରେ, ଆଗ୍ରାର ରାମବାଗରେ ଏକ କ୍ଷୀର ଭର୍ତ୍ତି କଣ୍ଟେନନରରୁ କ୍ଷୀର ପଡିଯାଇଥିଲା । ଏହା ଏକ ଧାର ଭଳି ବୋହିଥିଲା । ଏହି କ୍ଷୀରକୁ କିଛି ବୁଲା କୁକୁର ଓ ଜଣେ ଯୁବକ ରାସ୍ତାରେ ପିଉଥିବା ଦେଖିବାକୁ ମିଳିଛି । 

wp:core-embed/twitter {"url":"https://twitter.com/kamalkhan_NDTV/status/1249664403026280449?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1249664403026280449\u0026ref_url=https%3A%2F%2Fwww.ndtv.com%2Findia-news%2Fcoronavirus-lockdown-man-dogs-sharing-spilt-milk-in-agra-shows-lockdown-desperation-2211124","type":"rich","providerNameSlug":"twitter","className":""}
https://twitter.com/kamalkhan_NDTV/status/1249664403026280449?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1249664403026280449&ref_url=https%3A%2F%2Fwww.ndtv.com%2Findia-news%2Fcoronavirus-lockdown-man-dogs-sharing-spilt-milk-in-agra-shows-lockdown-desperation-2211124
/wp:core-embed/twitter

କେନ୍ଦ୍ର ସରକାର କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଜାରି କରିଛନ୍ତି । କିନ୍ତୁ ଏହି ସମୟରେ ଅନେକ ଗରିବଶ୍ରେଣୀର ଲୋକ ଖାଇବାକୁ ପାଉ ନାହାଁନ୍ତି । ଲକଡାଉନର ଅବଦ୍ଧି ଏପ୍ରିଲ ୧୪ ତାରିଖରେ ଶେଷ ହେବାକୁ ଥିଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ପ୍ରକୋପକୁ ଦେଖି ଏହାକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏହି କାରଣରୁ ସମସ୍ତ ଶିଳ୍ପାନୁଷ୍ଠାନ ବନ୍ଦ ପଡିଛି । ଫଳରେ ହଜାର ହଜାର ଶ୍ରମିକ ରୋଜଗାର ହରାଇ ଗତ ମାସରେ ଚାଲିଚାଲି ସେମାନଙ୍କ ଘରୁ ଫେରିଥିଲେ । ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରୁଥିବା ବେଳେ ସେଥିମଧ୍ୟରୁ ଅଧିକାଂଶଙ୍କୁ ସାମାନ୍ୟ ସୁବିଧା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.