ପୋଖରୀରେ ଭାସି ଯାଇଥିଲା ଜୋତା, ଆଣିବାକୁ ଯାଇ ଚାଲିଗଲା ଜୀବନ

Published By : Prameya-News7 Bureau | October 17, 2021 IST

ଆନନ୍ଦପୁର, ୧୭/୧୦: ଆନନ୍ଦପୁର ଥାନା କଣ୍ଟିପାଳ ଗ୍ରାମରେ ଗାଧୋଇବା ସମୟରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ଯୁ ଘଟିଛି । ମୃତକ କଣ୍ଟିପାଳ ଗାଁ ଖିଲାର ସାହିର ବାବନ ଖିଲାର ବୋଲି ଜଣାପଡ଼ିଛି । ଆଜି ଗାଁ ପୋଖରୀରେ ଗାଧୋଇବା ସମୟରେ ତାଙ୍କ ଜୋତା ପାଣିରେ ଭାସି ଦୂରକୁ ପଳାଇଥିଲା । ଜୋତା ଆଣିବାକୁ ଚେଷ୍ଟାକରି ସେ ପୋଖରୀରେ ବୁଡି ଯାଇଥିଲେ ।

କିଛି ସମୟପରେ ସ୍ଥାନୀୟ କିଛି ଯୁବକ ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ପାଣିରେ ଜୋତା ଭାସୁଥିବା ଦେଖି ବାବନ ବୁଡିଥିବା ବିଷୟ ଜାଣିଥିଲେ । ଖବର କରିବାରୁ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ଯୁ ଘଟିସାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.