ଦୀର୍ଘ ୩୫ବର୍ଷ ପରେ ବାପାଙ୍କ ସହ ଦେଖାହେଲା, କିନ୍ତୁ ମାତ୍ର ୧୦ ମିନିଟ୍ ପରେ ଚାଲିଗଲା ପୁଅର ଜୀବନ

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦:  କଥାରେ ଅଛି  ଭାଗ୍ୟରେ ଯାହା ଥାଏ ତାହାକୁ କେହି ବଦଳାଇ ପାରନ୍ତି ନାହିଁ। ସୁଖ ପରେ ଦୁଃଖ କେତେବେଳେ ଆସେ ତାହା କେହି କହିପାରନ୍ତି ନାହିଁ । ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୩୫ ବର୍ଷ ପରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଭେଟିବାର ସୁଯୋଗ ପାଇଥିଲେ। କିନ୍ତୁ ଏହି ଖୁସି ବେଶୀ ସମୟ ରହି ପାରିନଥିଲା। ବାପାଙ୍କୁ ଦେଖା କରିବାର ମାତ୍ର ୧୦ ମିନିଟ୍‌ ପରେ ଏକ ସଡ଼କ ଦୁର୍ଘଟଣାରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ  ହୋଇ ଯାଇଥିଲା ।

ସୂଚନା ଅନୁଯାୟୀ, ୫୬ ବର୍ଷୀୟ ପଲ୍ କୋୱେଲଙ୍କ ବାଇକ ଗୋଟିଏ ଟୁରିଷ୍ଟ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପଲ୍‌ ମାଉଣ୍ଟେନ ରୋଡ୍‌ ଗୁଥେରାଇସର ପାହାଡ଼ିଆ ଅଞ୍ଚଳରୁ ଗାଡ଼ି ଧରି ଆସୁଥିଲେ। ସୂର୍ଯ୍ୟ କିରଣ ତାଙ୍କ ଆଖିରେ ପଡିବାରୁ ଘଟିଥିଲା ଅଘଟଣ । ଦେଖିନପାରି ପଲ୍‌ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସାମ୍ନା ପଟୁ ଆସୁଥିବା ଗୋଟିଏ ଭ୍ୟାନ୍‌କୁ ଧକ୍କା ଦେଇଥିଲେ ପଲ୍‌ଙ୍କ ବାଇକ୍‌ । ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ।

{"id":523511,"width":796,"height":529,"sizeSlug":"full","linkDestination":"none"}
aajtak

ପଲ୍‌ଙ୍କ ୨୨ ବର୍ଷୀୟା ପାଳିତ ଝିଅ ଡେମୀ ରାମଶ୍‌ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଏକ ଭୟଙ୍କର ଦୁଃଖଧ ଘଟଣା । ପଲ୍‌ ଗତ ୩୫ ବର୍ଷ ଧରି ତାଙ୍କ ବାପାଙ୍କୁ ଦେଖି ନଥିଲେ। ସେହି ଦିନ ହିଁ ସେ ବାପାଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲେ । ତେବେ ବାପାଙ୍କୁ ଦେଖାକରିବାର ମାତ୍ର ୧୦ ମିନିଟ୍‌ ପରେ ସେ ତାଙ୍କ ଜୀବନ ହରାଇଥିଲେ । ପଲ୍‌ଙ୍କ ସହ ତାଙ୍କର ଦୁଇ ପୁଅ ମଧ୍ୟ ପ୍ରଥମ ଥର ଜେଜେବାପାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । କିନ୍ତୁ ସେହି ଅପେକ୍ଷିତ ସୁଯୋଗ ସାରା ପରିବାରକୁ ମାତ୍ର ୧୦ ମିନିଟ୍‌ ଆନନ୍ଦ ଦେଇଥିଲା । ତା ପରେ ସବୁ ସୁଖ ପାଣି ଫୋଟକା ଭଳି ମିଳେଇ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.