କୋରାପୁଟରେ ଝିଅକୁ ବଞ୍ଚାଇବାକୁ ଯାଇ ବାପା ମୃତ

Published By : Prameya-News7 Bureau | September 12, 2018 IST

କୋରାପୁଟ ୧୨|୯: ଝିଅକୁ ବଞ୍ଚାଇବାକୁ ଯାଇ ବାପା ମୃତ । ଏଭଳି ଘଟଣା ଘଟିଛି କୋରାପୁଟ ଜୟପୁର ନିକଟ ବ୍ରାହ୍ମଣୀ ଗାଁରେ । ବିଦ୍ୟୁତ୍ ଆଘାତରୁ ୨ ଝିଅକୁ ବଞ୍ଚାଇବାକୁ ଯାଇ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ୪୦ ବର୍ଷୀୟ ସୁରେଶ ହରିଜନ । ସୁରେଶଙ୍କ ଘରକୁ ସୌଭାଗ୍ୟ ଯୋଜନାରେ ନୂଆ କରି ବିଦ୍ୟୁତ୍ ସଂଯୋଗ ହୋଇଥିଲା । ବିଦ୍ୟୁତ୍ ଖୁଣ୍ଟରୁ ଘରକୁ ତାର ତଳେ ଝୁଲି ରହିଥିଲା । ସେଠାରେ ସୁରେଶଙ୍କ ୨ ଛୋଟ ଝିଅ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପାଟି କରିଥିଲେ । ଏହି ସମୟରେ ୨ ଝିଅକୁ ବଞ୍ଚାଇବାକୁ ଯାଇ ସୁରେଶ ବିଦ୍ୟୁତ୍ ତାରରେ ଲାଗି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.