ଭ୍ୟାକ୍ସିନ୍ ର ଦ୍ୱିତୀୟ ଡୋଜ୍ ନେବାର କିଛି ସମୟ ପରେ ବ୍ୟକ୍ତିଙ୍କ ମୃତ୍ୟୁ, ଲୋକଙ୍କୁ ଘାରିଲାଣି ଭୟ

Published By : Prameya-News7 Bureau | March 06, 2021 IST

ମହାରାଷ୍ଟ୍ର ୦୬/୦୩: ସାରା ଦେଶରେ ଏବେ ଭ୍ୟାକ୍ସିନ୍ ର ଅଭିଯାନ ଚାଲିଛି । ଭାରତରେ ୧୬ ଜାନୁଆରୀରେ ଭ୍ୟାକ୍ସୀନେସନ୍ ଅଭିଯାନ ଆରମ୍ଭ ହୋଇଥିଲା । ୧ ମାର୍ଚ୍ଚରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ନିକଟରେ ଭ୍ୟାକ୍ସିନ୍ କୁ ନେଇ ଏକ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

PunjabKesari

ବାସ୍ତବରେ, ମହାରାଷ୍ଟ୍ରର ଭିବଣ୍ଡୀରେ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯାହାଦ୍ୱାରା ଲୋକଙ୍କ ମନରେ ଭ୍ୟାକ୍ସିନ୍ ପ୍ରତି ଭୟ ଏବଂ ଅବିଶ୍ୱାସ ସୃଷ୍ଟି ହେଉଛି । ସୂଚନା ଅନୁଯାୟୀ, ୪୫ ବର୍ଷର ଜଣେ ବ୍ୟକ୍ତି କରୋନା ଭ୍ୟାକ୍ସିନ୍ ନେଇଥିଲେ କିନ୍ତୁ ନେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତଥାପି ଏ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନାହିଁ ।

PunjabKesari

ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ ନେତ୍ର ବିଶେଷଜ୍ଞଙ୍କ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କୁ ଭ୍ୟାକ୍ସିନ୍ ର ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା । ଭ୍ୟାକ୍ସିନ୍ ନେବାପରେ ବ୍ୟକ୍ତିଙ୍କୁ ଯେତେବେଳେ ଅବଜରଭେସନ୍ ରୁମ୍ ରେ ରଖାଯାଇଥିଲା ମାତ୍ର ୧୫ ମିନିଟ୍ ରେ ସେ ବେହୋସ୍ ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟକ୍ତି ଜଣଙ୍କ କରୋନା ବ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ୨୮ ଜାନୁଆରୀ ରେ ନେଇଥିଲେ ।

PunjabKesari

ଡାକ୍ତର କହିଛନ୍ତି, ବ୍ୟକ୍ତିଙ୍କ ମୃତ୍ୟୁର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ  । ଏକ ମାସ ପୂର୍ବରୁ ସେ ପ୍ରଥମ ଡୋଜ୍ ନେଇଥିଲେ । ସେ ସମୟରେ ବ୍ୟକ୍ତିଙ୍କୁ କୌଣସି ଅସୁବିଧା ହୋଇନଥିଲା । ଏହା ପରେ, ଦ୍ୱିତୀୟ ଟିକା ନେବା ପରେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ ଶରୀର ଯାଞ୍ଚ କରାଯାଇଥିଲା । ସେଥିରୁ ଜଣାଯାଇଥିଲା ଯେ ତାଙ୍କର ରକ୍ତଚାପ ଏବଂ ଗୋଡ ଫୁଲିବା ଭଳି ସମସ୍ୟା ରହିଛି ।  କିନ୍ତୁ ଟିକା ନେବା ପୂର୍ବରୁ ତାଙ୍କର ଚେକ୍ ଅପ୍ କରାଯାଇଥିଲା ସେତେବେଳେ ଅକ୍ସିଜେନ୍ ଏବଂ ବିପି ଲେବଲ୍ ଠିକି ରହିଥିଲା । ତାଙ୍କ ପରିବାର ଲୋକ ମଧ୍ୟ କହିଛନ୍ତି, ଯେତେବେଳେ ସେ ଟିକା ନେବାକୁ ଘରୁ ବାହାରିଥିଲେ ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ।

People over 60 years of age will get corona vaccine from first march in  chhattisgarh

କରୋନା ଟୀକାକରଣ ଅଭିଯାନ ଆରମ୍ଭ ହେବା ଦିନଠାରୁ, ଲୋକମାନଙ୍କ ମଧ୍ୟରେ ଅନେକ ସାଇଡ୍ ଇଫେକ୍ଟ ଦେଖିବାକୁ ମିଳୁଛି । ମୁଣ୍ଡ ବୁଲାଇବା, ସାମାନ୍ୟ ଜ୍ୱର, ଥକାପଣ, ମୁଣ୍ଡବିନ୍ଧା, ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଅନେକ ସମସ୍ୟା ଦେଖା ଦେଉଛି । ଯଦିଓ ବିଶେଷଜ୍ଞମାନେ କହିଛନ୍ତି, ଏହି ଲକ୍ଷଣ ଦେଖାଯିବା ସ୍ୱାଭାବିକ, କିନ୍ତୁ ଭ୍ୟାକ୍ସିନ୍ ଦ୍ୱାରା ହେଉଥିବା ମୃତ୍ୟୁ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.