କରୋନାରେ ହତ୍ୟା ଓ ଆତ୍ମହତ୍ୟାର ଛାତିଥରା ଚିତ୍ର, ନିଜ ଦେହରେ ୩ ଝିଅଙ୍କୁ ବାନ୍ଧି କୂଅକୁ ଡେଇଁ ପଡିଲା ବାପ

Published By : Prameya-News7 Bureau | August 08, 2020 IST

ଭୋପାଳ, ୦୮|୦୮:  କରୋନା ମହାମାରୀ ବେଳେ ସାମ୍ନାକୁ ଆସିଛି ଆତ୍ମହତ୍ୟାର ଏକ ଭୟଙ୍କର ଚିତ୍ର । ଲକଡାଉନ୍ ପାଇଁ ଚାକିରୀ ହରାଇଥିବା ଜମେ ବ୍ୟକ୍ତି ନିଜ ୩ ଝିଅଙ୍କୁ ଶରୀରରେ ବାନ୍ଧି କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଛାତିଥରା ଚିତ୍ର ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଭିଣ୍ଡ୍ ଜିଲ୍ଲାରେ ।

ସୂଚନାନୁସାରେ, ଭୀଣ୍ଡ୍ ଜିଲ୍ଲାର ଅନ୍ଧିଆପୁରୀରରେ ରହୁଥିବା ରାଜେଶ ରାଜାକନାମକ ଜଣେ ବ୍ୟକ୍ତି ମୁମ୍ବାଇରେ କାମ କରୁଥିଲେ । ଲକଡାଉନ୍ ପାଇଁ ସେ ରୋଜଗାର ହରାଇ ନିଜ ଗାଁକୁ ଚାଲି ଆସିଥିଲେ । ସେ ଏବଂ ତାଙ୍କ ପରିବାର ଲୋକେ ଲଗାତାର ଭାବେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । କୌଣସି କାମ ମିଳୁନଥିଲା । ଏପରିକି ଅନେକ ଦିନ ସେ ଉପାସ ମଧ୍ୟ ରହିଛନ୍ତି । ସେ ରହୁଥିବା ଅଞ୍ଚଳରେ କରୋନା ମାମଲା ଅଧିକ ଥିବାରୁ କୌଣସି କାମ କରିପାରୁ ନଥିଲେ । ଧିରେଧିରେ ଆର୍ଥିକ ବୋଝ ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା ।

ଶୁକ୍ରବାର ରାତିରେ ସେ ନିଜର ୩ ନାବାଳିକା ଝିଅଙ୍କୁ ନିଜ ଶରୀରରେ ବାନ୍ଧି ଦେଇଥିଲେ । ଏହାସହ ଘର ନିକଟରେ ଥିବା ଏକ କୂଅକୁ ଡେଇଁ ପଡିଥିଲେ । ଶନିବାର ସକାଳେ ଏଘଟଣା ବାବଦରେ ଜଣାପଡିଥିଲା । ଗାଁଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ କୂଅ ମଧ୍ୟରୁ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ମାମଲାର ତଦନ୍ତ ହେବ ବୋଲି ଏସ୍‌ପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.