ପୁଅକୁ ଖାଇବାକୁ ଦେବାକୁ ଯାଇ ଘରକୁ ଫେରୁଥିଲେ, ବାଟରେ ଚାଲିଗଲା ଜୀବନ

Published By : Prameya-News7 Bureau | June 07, 2021 IST

ଦିଗପହଣ୍ଡି, ୦୭/୦୬: ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଜକର ଗ୍ରାମର ରମେଶ ପ୍ରଧାନ ବୟସ ପ୍ରାୟ ୫୦ ବର୍ଷ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସେ ମଇଁଷି ଚରାଉଥିବା ନିଜ ପୁଅକୁ ଖାଇବାକୁ ଦେଇ ଫେରୁଥିବା ବେଳେ ଖମ୍ବାର ବନ୍ଧତଳେ ହଠାତ୍ କାଳ ବୈଶାଖି ଜନିତ ବଜ୍ରପାତ ଯୋଗୁଁ ସେଇଠାରେ ହିଁ ଟଳିପଡିଥିଲେ। ପାଖରେ ଥିବା ୪ ଜଣ ସ୍ତ୍ରୀ ଲୋକ ବି ବଜ୍ରାଘାତରେ ଆହତ ହୋଇଥିଲେ ମଧ୍ୟ ମୃତାହତ ନହୋଇ ଫେରିଆସି ଗ୍ରାମରେ ଜଣାଇବା ପରେ ଗ୍ରାମବାସି ମାନେ ତାଙ୍କୁ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇ ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.