ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଯୁବକ ମୃତ, ଗୋଡ଼ରେ ଲାଗିଛି ୩୦ରୁ ୪୦ ଗୁଳି

Published By : Prameya-News7 Bureau | September 30, 2021 IST

ସମ୍ୱଲପୁର, ୩୦/୦୯: ଶ୍ୟାମ ମେଟାଲିକ୍ସର ସୁରକ୍ଷାକର୍ମୀଙ୍କ ବନ୍ଧୁକ ଗୁଳିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଝାରସୁଗୁଡା ଲହଣ୍ଡାବୁଡ ଗାଁର ବେଙ୍ଗଡୁରୁ ଭୂୟାଁ । ଆଜି ଶ୍ୟାମ ମେଟାଲିକ୍ସ କାରଖାନାରୁ କୌଣସି କାର୍ଯ୍ୟରେ ଯିବା ସମୟରେ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ସମ୍ପୃକ୍ତ ଯୁବକ ଜଣକ ନିଶାନଭଙ୍ଗା ଗାଁର ନିଜ ମାଉସୀ ଘରକୁ ଆସିଥିବାବେଳେ ଅନ୍ୟ ୪ଜଣ ସାଥୀଙ୍କ ସହ ଶ୍ୟାମ ମେଟାଲିକ୍ସ କମ୍ପାନୀ ଭିତରକୁ ପଶିଥିଲେ |

ଚୋରି ସନ୍ଦେହରେ ସୁରକ୍ଷା କର୍ମୀ ଛରା ବନ୍ଧୁକରେ ଫାୟାରିଙ୍ଗ କରିବା ପରେ ବେଙ୍ଗଡୁରୁଙ୍କ ଗୋଡରେ ୩୦ରୁ ୪୦ଟି ଗୁଳି ପଶିଛି । ଫଳରେ ଯୁବକମାନେ ପ୍ରଥମେ ରେଙ୍ଗାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ । ତେବେ ବୁର୍ଲାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ କେଉଁ ଉଦ୍ଦେଶ୍ୟରେ ଶ୍ୟାମ ମେଟାଲିକ୍ସକୁ ପଶିଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ବାକି ୪ଜଣ ସାଥିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.