Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମନଇଛା ହମ୍ପସ ନିର୍ମାଣର କୁପରିଣତି, ଅକାରଣେ ଚାଲିଗଲା ବାଇକ ଚାଳକଙ୍କ ଜୀବନ

16/04/2021 at 11:06 PM

ରାଇରଙ୍ଗପୁର-୧୬/୪: ପୁର୍ତ୍ତ ବିଭାଗର ମନଇଚ୍ଛା ହମ୍ପସ ନିର୍ମାଣ ସହିତ ହମ୍ପସ ନିକଟରେ ଧଳା ଦାଗ ନ ଦିଆଯିବା ଯୋଗୁଁ ପ୍ରତେକ ଦିନ ଛୋଟବଡ଼ ଦୁର୍ଘଟଣା ହବା ସହିତ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି ।

ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା -ରାଇରଙ୍ଗପୁର ରାସ୍ତାର ଦାମୁଦିଗଡା ଗ୍ରାମ ନିକଟରେ । ଗୋରୁମହିଷାଣି ଥାନା ବାଲିଆବାଦୀ ଗ୍ରାମର ଦାସମାତ ନାମକ ବ୍ୟକ୍ତି ଜଣେ ନାବାଳକ ସମ୍ପର୍କୀୟଙ୍କ ସହିତ ବାଇକ ଯୋଗେ ଘରକୁ ଫେରୁଥିଲେ । କିନ୍ତୁ ରାସ୍ତାରେ  ଥିବା ହମ୍ପସକୁ ଜାଣି ପାରି ନଥିଲେ । ଯାହା ଫଳରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପଥରେରେ ବାଡେଇ ହୋଇ ଯାଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସହିତ ଥିବା ନାବାଳକ  ନାରାୟଣ ମାରାଣ୍ଡି ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି ଆହତ ହୋଇଛନ୍ତି ।

ସୂଚନା ଥାଉ କି ପୁର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ରାସ୍ତା ମାନଙ୍କ ରେ ମନଇଚ୍ଛା ହମ୍ପସ ନିର୍ମାଣ କରାଯିବା ସହିତ କୌଣସି ଧଳା ମାର୍କ ଦିଆ ଯାଇନାହିଁ । ପୁର୍ତ୍ତ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଆକାରଣରେ ଯାଉଥିବା ଦେଖିବାକୁ ମିଳୁଛି । ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହଉଛି।

   Related Posts