ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ: ପତ୍ନୀ ଓ ଦୁଇ କନ୍ୟା ଶିଶୁ ଅସହାୟ

Published By : Prameya-News7 Bureau | June 13, 2021 IST

ରାମପୁର, ୧୩/୬: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରି ପଂଚାୟତ ତେଜିପଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ରାମର ରାଜେଶ୍ୱର ମାଝୀ ଗତ କାଲି ରାତିରେ ଘରେ ଥିବା ଟେବୁଲ ପଙ୍ଖାକୁ ଅନ୍ୟତ୍ର ନେବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଗୁରୁତର ହେବାରୁ ତାଙ୍କୁ ମ.ରାମପୁର ଡାକ୍ତରଖାନାକୁ ଆଣିଥିଲେ ।

ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ପରିବାରରେ ମୃତକଙ୍କ ବାପା ମାଙ୍କ ମଧ୍ୟ ପୂର୍ବରୁ ମୃତ୍ୟୁ ହେଇଥିବା ବେଳେ ଘରର ମୁଖିଆଙ୍କ ପରଲୋକ ପରେ ଏବେ ବିଧବା ପତ୍ନୀ ଏବଂ ଜଣେ ପାଞ୍ଚ ବର୍ଷର ଝିଅ ଆଉ ଜଣେ ଦେଢ଼ ବର୍ଷର ଝିଅ ରହିଛି । ମୃତ୍ୟୁ ପରେ ଆଜି ଜିଲ୍ଲା ପରିଷଦ ସଦସ୍ୟ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଦୁଇ ହଜାର ଟଙ୍କା ସହଯୋଗ କରିଥିଲେ । ତେବେ ପରିବାରର ମୁଖିଆଙ୍କ ଅକାଳ ବିୟୋଗ ପରେ ବିଧବା ପତ୍ନୀ ଆଉ ଦୁଇ ଝିଅ ଅସହାୟ ହେଇ ପଡିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.