ବିଦ୍ୟୁତ୍ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ, ଓଦା ଛାତ କାରଣରୁ ଲାଗିଥିଲା ଶକ୍ତ ଆଘାତ

Published By : Prameya-News7 Bureau | July 23, 2021 IST

ବାଲିପାଟଣା, ୨୩/୭: ବିଦ୍ୟୁତ୍‌ ଆଘାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପରି ଘଟଣା ଘଟିଛି ବାଲିଅନ୍ତା ଥାନା ବାଳକାଟି ଦିପୋଟି ସାହିରେ । ମୃତକ ହେଉଛନ୍ତି ଦିପୋଟି ସାହିର ବିଷ୍ଣୁ ଚରଣ ରାଉତ । ଶୁକ୍ରବାର ଅପରାହ୍ନରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଛାତ ଉପରେ ବିଦ୍ୟୁତ ତାର ମରାମତି କରୁଥିଲେ ବିଷ୍ଣୁ । ଅସାବଧାନ ଯୋଗୁ ବିଷ୍ଣୁଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା ।

ବିନା ଚପଲରେ ଓଦା ଛାତ କାରଣରୁ ବିଷ୍ଣୁଙ୍କୁ ଶକ୍ତ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଷ୍ଣୁ ମଙ୍ଗଳପୁର ସେକ୍ସନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଆଜି ତାଙ୍କର ୱିକ୍ ଏଣ୍ଡ ଛୁଟି ଥିଲା । ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.