Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଗାର୍ଲଫ୍ରେଣ୍ଡର ବାହାଘର ଠିକ୍‌ ପରେ ପଚାରିବାକୁ ଯାଇଥିଲା ବୟଫ୍ରେଣ୍ଡ, ବାଡ଼େଇ ମାରିଦେଲା ଝିଅର ଭାଇ

24/06/2021 at 10:09 PM

ଚେନ୍ନାଇ, ୨୪/୦୬: ତାମିଲ୍‌ନାଡ଼ୁର ଡିଣ୍ଡିଗୁଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ପାଇଁ ଜଣେ ଯୁବକର ଜୀବନ ଯାଇଛି । ପ୍ରେମିକାର ବାହାଘର ଠିକ୍‌ ହୋଇଯିବା ପରେ ପ୍ରେମିକ ତାଙ୍କ ସାଙ୍ଗଙ୍କୁ ନେଇ ପ୍ରେମିକାର ଘର ପହଞ୍ଚିଥିଲେ । ସାମାନ୍ୟ ପାଟିତୁଣ୍ଡରୁ ଏଭିଳି କାଣ୍ଡ ଘଟିଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ, ୨୧ ବର୍ଷୀୟ ଭାରତୀରାଜ ତାମିଲ୍‌ନାଡ଼ୁ ଡିଣ୍ଡିଗୁଲର ପୁଡୁପତ୍ତିରେ ରୁହନ୍ତି । ସେ କ୍ୟାଟ୍‌ରିଙ୍ଗ୍‌ ପାଠ ପଢ଼ିବା ପରେ ଏକ ହୋଟେଲ୍‌ରେ କାମ କରୁଥିଲେ । ଗତ ୫ ବର୍ଷଧରି ଭାରତୀରାଜଙ୍କର ପରମେଶ୍ୱରୀ ନାମକ ଜଣେ ୨୦ ବର୍ଷୀୟ ଝିଅ ଯିଏକି ମୁଲାଇନଗରରେ ରୁହନ୍ତି ତାଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । କିନ୍ତୁ ଝିଅଘର ଲୋକ ସେମାନଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ପରମେଶ୍ୱରୀର ବାହାଘର ଅନ୍ୟତ୍ର ଠିକ୍‌ କରିଦେଇଥିଲେ । ଏକଥା ଜାଣିବା ପରେ ପରମେଶ୍ୱରୀ ଫୋନ୍ ଯୋଗେ ଭାରତୀରାଜଙ୍କୁ ଜଣାଇଥିଲେ । ପରେ ଭାରତୀ ଦୁଇ ଜଣ ସାଙ୍ଗଙ୍କୁ ନେଇ ସୋମବାର ଦିନ ପ୍ରେମିକା ଘରେ ପହଞ୍ଚିଥିଲେ ।

ଭାରତୀରାଜଙ୍କୁ ଘର ବାହାରେ ଛିଡ଼ା ହୋଇଥିବା ଦେଖି ପ୍ରେମିକାଙ୍କ ବାପା, ମାଆ, ଭାଇ ମାଲାଇଚାମୀ ଏବଂ କିଛି ସମ୍ପର୍କୀୟ ତାଙ୍କ ପାଖକୁ ଆସିଥିଲେ । ପରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯୁକ୍ତିତର୍କ ଏତେ ଭୟଙ୍କର ରୂପ ଧାରଣ କରିଥିଲା ଯେ, ମାଲାଇଚାମୀ ଏକ ପଥରରେ ଭାରତୀରାଜଙ୍କୁ ଆକ୍ରମଣ କରିଥିଲେ । ସେ ଏଥିରେ ଗୁରୁତର ଆହାତ ହେବା ପରେ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ତାଙ୍କର ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା ।

   Related Posts