ଗୋଷ୍ଠୀ ସଂଘର୍ଷରେ ଆହତ ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ
21/06/2018 at 10:05 AM

ପେଶା ଆଇନକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଦିନ ତଳେ ଅର୍ଥ।ତ ଗତ ୧୯ ତାରିଖରେ ଦେଖା ଦେଇଥିଲା ଉତ୍ବେଜନା । ପେଶା ଆଇନ ଧାରା ୨୩୪ ଅନୁଯାୟୀ ଗାଁ ଭିତରେ ପୋଲିଷ ପ୍ରଶାସନକୁ ପ୍ରବେଶ ନିଷେଧ ଯାହା ନିଷ୍ପତି ହେବ ଗ୍ରାମ ସଭାରେ । ଗାଁ ମାନଙ୍କର ପ୍ରବେଶ ପଥରେ ପଥରପୋତି ଏହା ଲେଖିଥିଲେ ପେଶା ଆଇନକୁ ସର୍ମଥନ କରୁଥିବା ଲୋକେ । ଏହାକୁ ବିରୋଧ କରି ଏକ ଗୋଷ୍ଠୀଙ୍କ ମତରେ ପୋତା ପଥରରେ ଲୋଖାଯାଇଥିବା ଲେଖା ଯୋଗୁୃଁ ଗାଁ ମାନଙ୍କରେ ସରାକାରଙ୍କ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି । କୁତ୍ରା ଥାନା ବୁଢ଼।କଟା ଗାଁରେ ପଥର ପୋତାକୁ ବିରୋଧ କରି ଗତ ୧୯ ତାରିଖରେ କିଛି ଲୋକ ପୋତା ପଥର ଭାଙ୍ଗିଦେଇଥିଲେ ଯାହା ଫଳରେ ଉତ୍ବେଜନା ପ୍ରକାଶ ପାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା ଯାହା ଫଳରେ ଉଭୟ ଗୋଷ୍ଠୀର ୭ ଜଣ ଆହାତ ହୋଇଥିଲେ । ସେଥି ମଧ୍ୟରୁ ପୋତା ପଥରରରକୁ ଭାଙ୍ଗିଥିବା ଗୋଷ୍ଠୀ ମଧ୍ୟରୁ ଡ଼ମ୍ମୁରଧର ସେଠ ଯୁବକ ଗୁରୁତର ଥିବାରୁ ତାକୁ ପ୍ରଥମେ ରାଜଗାଙ୍ଗପୁର ବେସରକାରୀ ଡ଼।କ୍ତରଖାନାେ ଭର୍ତି କରାଯାଇଥିଲା ।ପରେ ପେଶା ଆଇନ୍କୁ ସର୍ମଥନ ଦେଉଥିବା ସହ ପଥର ପୋତିଥିବା ଗୋଷ୍ଠୀର ଶତାଧତ୍କ ମହିଳା ପୁରଷ ଦିନ ୧୦ ଟାରୁ ରାତି ୮ ଟା ପର୍ଯ୍ୟ’ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥତ୍ଲେ ଫଳରେ ରାଉରକେଲା ସୁନ୍ଦରଗଡ଼ ଯାତାୟାତ ଠପ୍ ହୋଇଯାଇଥିଲା । ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶରେ ଶହ ଶହ ଯାନ ବାହନ ଛିଢ଼। ହୋଇ ରହିଥିଲା । ରାସ୍ତା ଅବରୋଧ କାରୀଙ୍କ ଦାବୀ ଯେ ପୋତା ଯାଇଥତ୍ବା ପଥର ଭାଙ୍ଗିଥତ୍ବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଉ । ରାତି ୭ ଟାରେ ସୁନ୍ଦରଗଡ଼ ଅତିରିକ୍ତ ଏସ୍ପି ପହଚିଂ ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ରାତି ୮ ଟାରେ ରାସ୍ତା ଅବରୋଧ ହଟିଥିଲା ।
ଗୁରୁତର ଭାବରେ ରାଜଗାଙ୍ଗପୁର ଏକ ଘରୋଇ ଡ଼।କ୍ତରଖାନାରେ ଚିକିସ୍ବା ହେଉଥିବା ଡ଼ମ୍ମରୁଡଧର ସେଠଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଗତକାଲି ସଂଧ୍ୟାରେ ରାଉରକେଲା ହାଇଟେକ ମେଡ଼କାଲ କୁ ନିଆଯାଇଥିଲା | ସେଠାରେ ଡ଼।କ୍ତର ବୁର୍ଲା ନେବାପାଇଁ କହିବାରୁ ପରିବାର ଲୋକେ ବୁର୍ଲା ନେଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ କୁ ନେଇ ପୁଣି ବୁଢ଼। କଟା ଗାଁରେ ଚାପା ଉତ୍ବେଜନା ଲାଗି ରହିଛି । ପରିସ୍ଥିତିକୁ ଆଖି ଆଗରେ ରଖି ପୋଲିସ ଫୋର୍ସ ମୃତୟନ ହୋଇଛି ।