Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମଦ ପିଇ କାର୍ ଭିତରେ ଶୋଇପଡିଲେ ଯୁବକ, ସକାଳୁ ଉଦ୍ଧାର ହେଲା ମୃତଦେହ…

12/10/2020 at 10:22 PM

ନୂଆଦିଲ୍ଲୀ,୧୨|୧୦:    ମଦ ପିଇ କାର୍‌ରେ ଶୋଇ ପଡିଲେ ଯୁବକ । ଏସି ମଧ୍ୟ ଅନ୍ ଥିଲା । ରବିବାର ସକାଳୁ କାରରୁ ପୋଲିସ ଉଦ୍ଧାର କଲା ଯୁବକଙ୍କ ମୃତଦେହ । ଏପରି କିଛି ଅଜବ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ନୋଏଡା ଥାନା ଅଞ୍ଚଳରେ ।

ନୋଏଡା ପୋଲିସର କହିବାନୁସାରେ, ନୋଏଡାର ବାରୋଲାରେ ସୁନ୍ଦର ପଣ୍ଡିତ ନାମକ ଜଣେ ଯୁବକ ବାସ କରନ୍ତି । ଶନିବାର ସୁନ୍ଦର କାରରେ ମଦ ପିଇ ଶୋଇ ଯାଇଥିଲେ । ଏସି ଅନ୍ ଥିବାରୁ କାର ଭିତରେ କାର୍ବନ ମନୋକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା । ଇଞ୍ଜିନରୁ ଏହି ଗ୍ୟାସ୍ ନିର୍ଗତ ହୋଇଥିବା ସନ୍ଦେହ କରାଯାଉଛି । ଫଳରେ ସୁନ୍ଦରଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି ।

ସୁନ୍ଦରଙ୍କ ପରିବାର ଲୋକଙ୍କ କହିବାନୁସାରେ, ସୁନ୍ଦର ଅତ୍ୟଧିକ ମଦ୍ୟପାନ କରନ୍ତି । ଅନେକ ସମୟରେ ସେ କାରରେ ମଧ୍ୟ ଶୋଇଯାଆନ୍ତି । ଶନିବାର ରାତିରେ ମଧ୍ୟ କାର୍ ଭିତରେ ସେ ଶୋଇ ପଡିଥିଲେ ।ତେବେ ସୁନ୍ଦର କାର୍ ଭିତରେ ଥିବା ତାଙ୍କ ଭାଇ ଦେଖିଥିଲେ । ସେ ସୁନ୍ଦରଙ୍କୁ ଡାକିଥିଲେ ମଦ୍ୟ ସୁନ୍ଦର ଉଠିନଥିଲେ । ତେଣୁ ଅନ୍ୟ ପରିବାର ସଦସ୍ୟଙ୍କ ସହ ମିଶି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ପରିବାର ଲୋକେ ସୁନ୍ଦରଙ୍କ ଅନ୍ତେଷ୍ଟି କ୍ରିୟା କରିଥିଲେ । ତେବେ ଘଟଣାକୁ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇନାହିଁ ।

   Related Posts