ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

Published By : Prameya-News7 Bureau | April 18, 2019 IST

ବାଲିପାଟଣା ୧୮|୪:  ବାଲିପାଟଣା-ନିମାପଡ଼ା ରାସ୍ତା ଆଇତଳଙ୍ଗ ଗାଁ ନିକଟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ତୁରିନ୍ତିରା ଗ୍ରାମର ବିଭୂତି ଭୂଷଣ ସ୍ଵାଇଁଙ୍କ ମୃତ୍ୟୁ ହୋଇଛି । ପିକ୍ ଅପ୍ ଗାଡିକୁ ବିଭୂତି ଓଭରଟେକ୍ କରିବାବେଳେ ଗାଡିଟି ତାଙ୍କ ଉପରେ ଚଢିଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ବିଭୂତିଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":104651}

ତାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଲିପାଟଣା-ନିମାପଡା ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଥିଲେ । ଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.