ଧାନ ତଳି ରେଇବା ପରେ ଗାଧୋଇବାକୁ ଯାଇଥିଲେ ଯୁବକ, ହେଲେ ଆଉ ଫେରିଲେନି, ଦେଖିଲା ବେଳକୁ...

Published By : Prameya-News7 Bureau | July 01, 2021 IST

 ତେଲକୋଇ, ୦୧/୦୭: ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଝୁମୁକାପଶି ଗାଁରେ । ଯୁବକ ଜଣକ ଜମିରେ ଧାନତଳା ଉପାଡିବା କାମ କରୁଥିଲେ । କାମ ସରିବା ପରେ ଅପରାହ୍ନ ୪ ବେଳକୁ  ଗାଧୋଇ ଘରକୁ ଯିବା ପାଇଁ ବାହାରିଥିଲେ । ଜମି ନିକଟରେ ଥିବା ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ବଶତଃ ପୋଖରୀରେ ବୁଡିଯାଇଥିଲେ ।

ଯୁବକଙ୍କ ନାମ ଯୁଧିଷ୍ଠିର ବୋଲି ଜଣାପଡ଼ିଛି । ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଯୁଧିଷ୍ଠିର ଅଧିକ ସମୟ ଧରି ନଫେରିବାରୁ ସାଥି ଶ୍ରମିକଙ୍କ ସନ୍ଦେହ ବଢିଥିଲା ଏବଂ ସେମାନେ ଘଟଣା ସ୍ଥଳରେ ପହଞ୍ଚି ଦେଖଲା ବେଳକୁ ଯୁଧିଷ୍ଠିରଙ୍କ ଶବ ପାଣିରେ ଭାସୁଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲ କୁ ପଠାଇଥିଲେ । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.