ଛତୁ ଖାଇବା ହେଲା କାଳ : ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ
8/10/2019 at 12:23 PM

ରେଢାଖୋଲ ୮।୧୦: ଦିନକୁ ଦିନ ହାତୀମାନଙ୍କର ଦୌରାତ୍ମ୍ୟ ବଢିବାରେ ଲାଗିଛି । ହାତୀ ଆକ୍ରମଣରେ ଜୀବନ ହରାଉଛନ୍ତି ଛୁଆଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ । ଜଙ୍ଗଲରୁ ହାତୀ ପଲ ବାହାରି ଜନବସତି ମୁହାଁ ହେଉଛନ୍ତି । ଯାହା ଫଳରେ ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ଯାଉଛି ହାତୀଙ୍କ ଆକ୍ରମଣରେ ।
ସମ୍ବଲପୁର ଜିଲ୍ଲା ରେଢାଖୋଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଡାଲିମାଆଳ ଗାଁର ଦଶରଥ ମିର୍ଦ୍ଧା । ଦଶରଥ ଛତୁ ଆଣିବାକୁ ଜଙ୍ଗଲ ନିକଟକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଦଶରଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ପୋଲିସ ଦଶରଥଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।
Related Posts
ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ
26 February 2021
୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
26 February 2021