ଦୁବାଇ ଯାଇ ଆଉ ଫେରି ପାରିଲେନି ଅଧ୍ୟାପକ, ଝିଅ ଘରେ ହିଁ ଚାଲିଗଲା ଜୀବନ

Published By : Prameya-News7 Bureau | April 11, 2020 IST

ଦୁବାଇ, ୧୧|୦୪:  ଦୁବାଇରେ ନିଜ ଝିଅ ଘରକୁ ଯାଇଥିବା ଭାରତର ଜଣେ ଅବସରପ୍ରାପ୍ତ ଅଧ୍ୟାପକ ହୃଦଘାତରେ ପ୍ରାଣ ହରାଇଛନ୍ତି । ସେ ନିଜ ଝି୍ଅଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ଆଉ ଫେରିପାରି ନଥିଲେ । କରୋନା ଭାଇରସ ପାଇଁ ବିମାନ ସେବା ରବ୍ଦ ହେବା ପରେ ସେ ଦୁବାଇରେ ରହିଯାଇଥିଲେ ।

{"id":252539,"width":753,"height":501,"sizeSlug":"large"}

ପରିବାର ଲୋକଙ୍କ ସୂଚନାନୁସାରେ, ଏମ ଶ୍ରୀକୁମାର ନାମକ ଜଣେ ୭୦ ବର୍ଷୀୟ ଅବସରପ୍ରାପ୍ତ ଅଧ୍ୟାପକ ନିଜ ପତ୍ନୀଙ୍କ ସହ କେରଳରୁ ଝିଅ ଶ୍ରୀଜାଙ୍କୁ ଭେଟିବା ପାଇଁ ଦୁବାଇ ଯାଇଥିଲେ । କିନ୍ତୁ ଫେରିବା ସମୟରେ କରୋନା ଭାଇରସ ପାଇଁ ଅନେକ ବିମାନ ବାତିଲ ହୋଇଯାଇଥିଲା । ଫଳରେ ସେ ସେଠାରେ ହିଁ ରହିଯାଇଥିଲେ ।

ଗତ ଗୁରୁବାର ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଶନିବାର ସକାଳେ ପ୍ରାଣ ହରାଇଥିଲେ । ପରିବାର ଲୋକେ ତାଙ୍କ ମରଶରୀରକୁ କେରଳ ଆଣିପାରୁ ନାହାଁନ୍ତି । ଦୁବାଇରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.