ଅନୁଗୁଳ ୨୨।୧୦: ମୃତ୍ୟୁ ବି ଏମିତି ଆସେ । କିଏ ଜାଣିଛି, କେତେବେଳେ ଆସିବ ମୃତ୍ୟୁ । କେତବେଳେ ମେଡିକାଲରେ ମୃତ୍ୟୁ ଆସୁଛି, ତ କେତେବେଳ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ପଡିଯାଇ ମୃତ୍ୟୁ ଘଟୁଛି । ଏପରି ଏକ ଘଟଣା ଘଟିଛି ଅନୁଗୁଳ ନାଲକୋ ନିକଟସ୍ଥ କାଣ୍ଡସର ରାସ୍ତରେ ।
କାଣ୍ଡସର ରାସ୍ତାରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପଡିଛି। ଏକ ହୋଟେଲ ସାମ୍ନା ରାସ୍ତା କଡରେ ପଡିରହିଛି ମୃତ ଶରୀର । ମୃତ ବ୍ୟକ୍ତି ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡାର ଗୌତମ ବେହେରା ବୋଲି ସୂଚନା ରହିଛି । ସେ ସେହି କାଣ୍ଡସର ପାଖାପାଖି ଅଞ୍ଚଳରେ ଆଇସକ୍ରିମ ବ୍ୟାପାର କରି ଚଳିଥାନ୍ତି । ଗତ ଚାରି ଦିନ ହେବ ସେ କାଣ୍ଡସର ଆସି ବୁଲାବୁଲି କରୁଥିଲା।
ତେବେ ଆଜି ସେ ହଠାତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତଳେ ମୁହଁ ମାଡି ପଡି ଯାଇଥିଲା । ପଡି ଗଲା ପରେ ତଳେ ମୁହଁ ମାଡ଼ ହୋଇଯାଇଛି। ଲୋକମାନେ ତୁରନ୍ତ ଆମ୍ବୁଲାନ୍ସ ଡକାଇଥିଲେ। କିନ୍ତୁ ତାର ମୃତ୍ୟୁ ହୋଇ ଯାଇ ଥିବାରୁ ନାଲକୋ ପୋଲିସ ପହଁଚି ଶବ ଜବତ କରିଛି। ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇଛି । ଘର ଲୋକ ଆସିଲେ ପରିଚୟ ବିଷୟରେ ପଚାରା ଉଚୁରା କରାଯିବା ପରେ ଶବ ଉଠିବ ବୋଲି ନାଲକୋ ପୋଲିସ ପକ୍ଷରୁ ସୂଚନା ମିଳିଛି। ଶବ ଏବେବି ସେହି ରାସ୍ତା ଉପରେ ପଡି ରହିଛି।