ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଯୁବକ ମୃତ

Published By : Prameya-News7 Bureau | July 25, 2020 IST

ସମ୍ବଲପୁର, ୨୫|୦୭:  ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେ ଓଭରବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡତ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବାଇକ୍ ଆରୋହୀ ପ୍ରାମ ହରାଇଛନ୍ତି ।

ସୂଚନାନୁସାରେ, ସମ୍ବଲପୁରରୁ ଝାରସୁଗୁଡ଼ା ଯାଉଥିବା ଏକ ବାଇକ୍ (ଓଡି୧୫ଜି୩୪୬୮) ଭାରସାମ୍ୟ ହରାଇ ଦୃଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବାଇକ୍ ଆରୋହୀ ରେଙ୍ଗାଲି ଲକ୍ଷ୍ମଣ ପଡାର ସୁସଜ୍ଜିତ ନାରଙ୍ଗ (୨୫) ଗୁରୁତର ହୋଇପଡିଥିଲେ । ତାଙ୍କୁ ଏଲଆଣ୍ଡଟି କମ୍ପାନିର ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନାକୁ ପଠାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.