Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସ୍ୱାମୀ-ସ୍ତ୍ରୀ ଲାଗିଲେ ଗଣ୍ଡଗୋଳ, ହେଲେ ପଡ଼ୋଶୀର ଗଲା ଜୀବନ

1/05/2021 at 9:47 PM

ଭବାନୀପାଟଣା, ୦୧/୦୫:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସ୍ୱାମୀ-ସ୍ତ୍ରୀଙ୍କ ଗଣ୍ଡଗୋଳରେ ପଡ଼ୋଶୀ ବଳି ପଡ଼ିଯାଇଛନ୍ତି । ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଯାଇ ପଡ଼ୋଶୀଙ୍କ ଜୀବନ ଚାଲିଯାଇଛି ।   

ସୂଚନା ମୁତାବକ, ମନ୍ଦାର ବଗିଚାପଡାରେ ଆଜି ଦିନ ୨ଟାରେ ରାଜୁ ରଣା ଘରେ ତାର ସ୍ତ୍ରୀକୁ ଆକ୍ରମଣ କରୁଥିବା ବେଳେ ନିକଟରେ ଭଡାଘରେ ରହୁଥିବା ପଡୋଶୀ ରବୀନ୍ଦ୍ର ପାତ୍ର ଛଡେଇବାକୁ ଯାଇ ଜୀବନ ଦେବାକୁ ପଡିଛି । ଅଭିଯୁକ୍ତ କାଠ ଫାଳିଆ ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା । ଏଥିରେ ରବୀନ୍ଦ୍ର ଟଳି ପଡ଼ିଥିବା ବାଳେ ସଙ୍ଗେ ସଙ୍ଗେ ତାଙ୍କୁ ଭବାନୀ ପାଟଣା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ମେଡ଼ିକାଲରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଭବାନୀ ପାଟଣା ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବକୁ ଶବଗୃହରେ ରଖା ଯାଇଥିବା କହିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏପଟେ ଅଭିଯୁକ୍ତ ରାଜୁ ରଣା ନିଜେ ଟାଉନ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।

   Related Posts