“ମୁଁ ମରୁଛି, କିନ୍ତୁ ମୋ ଛୁଆକୁ ନିଶ୍ଚୟ ଜନ୍ମ ଦେବ, ମୋ ଅନ୍ତିମ ସଂସ୍କାର ତୁମ ନିଜ ହାତରେ କରିବ” ଆତ୍ମହତ୍ୟା କରିବା ପୂର୍ବରୁ ମୁସ୍‌ଲିମ୍‌ ପତ୍ନୀଙ୍କୁ ଲେଖିଥିଲେ ସ୍ୱାମୀ

Published By : Prameya-News7 Bureau | June 23, 2021 IST

ଛତରପୁର, ୨୩/୦୬: ଝାନ୍ସିରେ ଆତ୍ମହତ୍ୟା ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀକୁ ସୁଇସାଇଡ୍ ନୋଟ୍ରେ ଯାହା ଲେଖିଛନ୍ତି ଯେ କେହି ବି ପଢ଼ିଲେ ନରମି ଯିବ । ସିଟି କୋତବାଲି ଥାନା ଅଞ୍ଚଳର ବେନଗଞ୍ଜରେ ରହୁଥିବା ଜଣେ ଯୁବକ ନିଖୋଜ ହୋଇଯାଇଥିବା ୧୮ ଜୁନ୍ରେ ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ । ପୋଲିସ୍ ସେହି ଯୁବକଙ୍କର ଶବ ଏବେ ମୁମ୍ୱାଇ ରେଳ ଲାଇନ୍ କଡ଼ରୁ ଉଦ୍ଧାର କରିଛି ।

ରକ୍ତରେ ଭିଜି ଯାଇଥିବା ଯୁବକଙ୍କର ଶବକୁ ଯେବେ ଯାଞ୍ଚ କରାଗଲା ସେତେବେଳେ ଏକ ସୁଇସାଇଡ୍ ନୋଟ୍ ମିଳିଲା । ଯେଉଁଥିରୁ ଛତରପୁରର ନିଖୋଜ ଯୁବକ ହୋଇଥିବା ଜଣା ପଡ଼ିଥିଲା । ତାଙ୍କ ନାମ ଭୁପେନ୍ଦ୍ର ଯାଦବ ଏବଂ ବୟସ ୩୦ ହୋଇଥିବା ଜଣାପଡ଼ିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଇଛି ମରିବା ପୂର୍ବରୁ ଭୁପେନ୍ଦ୍ର ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଲେଖିଯାଇଥିବା ଭାବପୂର୍ଣ୍ଣ ସୁଇସାଇଡ୍‌ ନୋଟ୍‌ ।

{"id":470117,"sizeSlug":"large","linkDestination":"none"}

ଏହି ନୋଟ୍‌ରେ ସେ ଲେଖିଛନ୍ତି ଯେ, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ମୋର ମୃତ ଶରୀରକୁ ଘରେ ପହଞ୍ଚାଇ ଦିଅନ୍ତୁ । ମୋ ପତ୍ନୀଙ୍କ ପାଖରେ ଯେଉଁଠାରେ କି ଏବେ ରହୁଛନ୍ତି । ମୋ ପତ୍ନୀଙ୍କ ନାମ ମାରିୟମ ବାନୋ । ପିତାଙ୍କ ନାମ ମହମ୍ମଦ ଆଜାଦ ବା ଫଜ୍ଜୁ ଏବଂ ସେ ଟିକମଗଡ଼ରେ ରୁହନ୍ତି । ମରିୟମ ମୁଁ ତୁମକୁ ବହୁତ ଭଲ ପାଏ । ତୁମେ ମୋ ଚିନ୍ତା ଜମା କରିବନି । ମୁଁ ସଦାବେଳେ ତୁମ ସହିତ ରହିଛି । ତୁମେ ଆମ ସନ୍ତାନକୁ ନିଶ୍ଚୟ ଜନ୍ମ ଦେବ । କାରଣ ସେ ଆମ ପ୍ରେମର ଶେଷ ସନ୍ତକ। ମୁଁ ମରିବି ନିଶ୍ଚୟ ହେଲେ ସବୁଦିନ ପାଇଁ ତୁମ ହୃଦୟରେ ଓ ତୁମ ସାଥିରେ ହିଁ ରହିବି ।

ମୋ ସହିତ କଣ ଘଟିଛି, ମୁଁ କାହିଁକି ଆତ୍ମହତ୍ୟା କରୁଛି ଏହାର କାରଣ ମୋ ସ୍ତ୍ରୀ ମରିୟମ ବାନୋ ଆପଣଙ୍କୁ କହିବ । ମୋ ଶେଷ ଇଛା ହେଉଛି କି ମୋର ଅନ୍ତିମ ସଂସ୍କାର ମୋ ପତ୍ନୀ ମରିୟମ ହାତରେ ହେଉ । ଅନ୍ୟ କେହି କେଲେ ମୋ ଆତ୍ମା ଶାନ୍ତି ପାଇବ ନାହିଁ । ଆଉ ହଁ, ମାରିୟମ ତୁମକୁ ମୋର ଅନୁରୋଧ ମୁଁ ମରିବା ପରେ ତୁମେ ଅନ୍ୟକୁ ବିବାହ କରିବ ନାହିଁ । କାରଣ ମୁଁ ଉପରେ ଥାଇ ସହି ପାରିବିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.