Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଲକଡାଉନ୍ ପାଇଁ ଘରକୁ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଲେ ଯୁବକ, କିନ୍ତୁ ୨୦୦ କିମି ଗଲା ପରେ ଚାଲିଗଲା ଜୀବନ

29/03/2020 at 11:50 AM

ଆଗ୍ରା, ୨୯|୦୩: କରୋନା ଭାଇରସର ସଂକ୍ରମଣକୁ ନଜରରେ ରଖି ଦେଶରେ ୨୧ ଦିନ ଯାଏଁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଉତ୍ତରପ୍ରଦେଶରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ୩୮ ବର୍ଷୀୟ ଜଣେ ଯୁବକ ୨୦୦ କିମି ଚାଲିଚାଲି ଯିବା ପରେ ପ୍ରାଣ ହରାଇଛନ୍ତି । ରଣବୀରନାମକ ଏହି ଯୁବକ ଦିଲ୍ଲୀର ଏକ ହୋଟେଲରେ କାମ କରନ୍ତି । ହୋଟେଲ ବନ୍ଦ ହେବା ପରେ ସେ ଚାଲିଚାଲି ନିଜ ଗାଁକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରଣବୀର ଦିଲ୍ଲୀରୁ ନିଜ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଆଗ୍ରାରେ ପହଁଚିବା ପରେ ତାଙ୍କର ମୁଣ୍ଡବ୍ୟଥା ହୋଇଥିଲା । ଶନିବାର ସକାଳ ୬ଟା ୩୦ରେ ସିକନ୍ଦରା ଥାନା ଅଞ୍ଚଳରେ ଥିବା ଏକ ରାସ୍ତା କଡକୁ ସେ ପଡିଯାଇଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଭୋକ ଓ ଶୋଷ ହେତୁ ସେ ପ୍ରାଣ ହରାଇଥିବା ତାଙ୍କ ସମ୍ପର୍କୀୟମାନେ କହୁଛନ୍ତି । ତେବେ ସିକନ୍ଦରା ଥାନାଧିକାରୀ ହୃଦଘାତ ଯୋଗୁଁ ରଣବୀରଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ତେବେ ପୋଷ୍ଟମଟର୍ମ ରିପୋର୍ଟ ଏବେସୁଦ୍ଧା ଆସିନାହିଁ ।

ରଣବୀରଙ୍କ ସହ ରହୁଥିବା କିଛି ଯୁବକ କହିଛନ୍ତି ଯେ, ଲକଡାଉନ ପାଇଁ ସେ ଜୀବିକା ହରାଇଥିଲେ । ଫଳରେ ଚାଲିଚାଲି ଗାଁକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ଜଣେ ଦୋକାନୀ ରଣବୀରଙ୍କୁ ବିସ୍କୁଟ ଦେଇଥିଲେ ମଧ୍ୟ ତାଙ୍ ଜୀବନ ରକ୍ଷା କରିପାରି ନଥିଲେ ।

   Related Posts