Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭାଇରାଲ୍‌ ଭିଡିଓ ନେଲା ଜୀବନ, ଲୋକ ଲଜ୍ଜା ସହି ପାରିଲେନି ଯୁବକ, ନେଇଗଲେ ଶେଷ ନିଷ୍ପତ୍ତି

29/06/2021 at 9:01 PM

ବୋରିଗୁମ୍ମା, ୨୯/୦୬: ଭାଇରଲ ଭିଡିଓକୁ ନେଇ ଆଜି  ବୋରିଗୁମ୍ମା ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଜଣେ ଯୁବକଙ୍କ ଜୀବନ ଯାଇଛି। ଘଟଣାରୁ ପ୍ରକାଶ ଯେ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ କୁକୁଡ଼ା ଦୋକାନରୁ ଗତ ୨୫ତାରିଖ ଦିନ ରାତିରେ କୁକୁଡ଼ା ଚୋରି କରିବା ସମୟରେ ଧରାପଡି  ନିର୍ଧୁମ ଛେଚା ଖାଇଲେ ଯୁବକ । ଯୁବକ ଛେଚା ଖାଇବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି  ।

ଭିଡ଼ିଓ ଭାଇରାଲ ହେବା ପରେ ଲୋକ ଲଜ୍ୟା ସହ୍ୟ କରିନପାରି ଗତକାଲି ବିଳମ୍ବିତ ରାତିରେ କୁକୁଡ଼ା ଚୋରାଇଥିବା ଯୁବକ ଆତ୍ମ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ କେନ୍ଦୁଗୁଡା ଗ୍ରାମର ନିଲମ୍ବର ଭୁମିୟା ବୋଲି ଜଣାପଡିଛି । ସେପଟେ ଆଜି ଘଟଣାକୁ ନେଇ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ । ଅଭିଯୋଗକୁ ଅଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ କାହାକୁ ଗିରଫ କରାଯାଇନାହିଁ । ହେଲେ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଶବ ବ୍ୟବଛେଦ ହେବନି ବୋଲି ଜିଦରେ ଅଛନ୍ତି ଗ୍ରାମବାସୀ । ଶେଷରେ ଘଣ୍ଟା  ଘଣ୍ଟା ଧରି ରାସ୍ତା ଉପରେ ଶବ ରଖି ଗୋଟିଏ ପଟେ ଜଗିଛନ୍ତି ଗ୍ରାମବାସୀ ଅନ୍ୟ ପଟେ ପୋଲିସ ଜଗିଛି ।

 ଏଭଳି କିଛି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ। ସହର କେନ୍ଦୁଗୁଡାକୁ ସଂଯୋଗ କରୁଥିବା ୬୩ନମ୍ବର ଜାତୀୟ ରାଜପଥ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଅଭିଯୁକ୍ତଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ ଶବ ଉଠିବ ନାହିଁ ବୋଲି ପରିବାର ଓ ସମ୍ପକୀୟ ଦାବି କରିଛନ୍ତି। ସେ ପଟେ ଘଟଣା ସ୍ଥଳରେ ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

   Related Posts