Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ଯୁବକ ମୃତ

31/08/2020 at 2:52 PM

ସାନଖେମୁଣ୍ଡି, ୩୧|୦୮: ଗଞ୍ଜାମ ଜିଲ୍ଲା ଖରିଆଗୁଡା ଅଞ୍ଚଳରେ ବାଲି ବୋଝେଇ ଟ୍ରକ୍ ଧକ୍କାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯୁବକଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନାନୁସାରେ, ବଜ୍ରଗୁମା ବାଲିଘାଟରୁ ପ୍ରତିଦିନ ଶହଶହ ବାଲି ବୋଝେଇ ଟ୍ରକ୍ ଯାତାୟତ କରିଥାଏ ।ସୋମବାର ଜଣେ ଯୁବକ କୌଣସି କାମରେ ସାଇକେଲରେ ବଜାରକୁ ଯାଇଥିଲେ ।  ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ ଯୁବକଙ୍କୁ ଧକ୍କା ଦେଇଥିଲା ।  ଯୁବକଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts