Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନାରେ ଚାଲିଗଲା ପତ୍ନୀ, ଝିଅକୁ ହତ୍ୟାକରି ଆତ୍ମହତ୍ୟା କଲା ବାପା

11/05/2021 at 9:59 PM

ମୁମ୍ୱାଇ, ୧୧/୦୫: “କରୋନାରେ ଛାଡ଼ି ଚାଲିଗଲା ପତ୍ନୀ । ମୁଁ ଆଉ କାହିଁକି ବଞ୍ଚିବି । ମୋ ଝିଅକୁ ବି ମୋ ସହ ନେଇଯିବି । ଆଉ ହଁ ମୁଁ ମରିଗଲା ପରେ ମୋ ମୃତଦେହକୁ ଠିକ୍‌ ମୋ ପତ୍ନୀର ଶବ ପାଖରେ ହିଁ ଦାହ କରିବ” । ଏଇ କେଇପଦ କଥା ଜଣେ ବ୍ୟକ୍ତିଙ୍କର । ଯିଏକି ଗତ ବର୍ଷ ତାଙ୍କର ପତ୍ନୀକୁ କରୋନାରେ ହରାଇ ଥିଲେ ।

ଗତ ରବିବାର ଜଣେ ୩୬ ବର୍ଷୀୟ ଯୁବକ ନିଜର ୬ ବର୍ଷର ଝିଅକୁ ହତ୍ୟା କରିବା ପରେ ନିଜେ ଅତ୍ମହତ୍ୟା କରିଥିବା ଜଣାପଡ଼ିଛି । ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ୱାଇ ବାସିନ୍ଦା ଜିତେନ୍ଦ୍ର ଭାଡେକାର । ଗତ ବର୍ଷ ମୃତ୍ୟୁ ହୋଇଥିବା ପତ୍ନୀଙ୍କ ପାଇଁ ସେ ଅବଷାଦରେ ରହୁଥିଲେ । କିନ୍ତୁ ଏହାକୁ ତାଙ୍କର ସଂପର୍କୀୟ ଖଣ୍ଡନ କରିଥିବା ବେଳେ ସେ ପୂର୍ବପରି କାମ କରୁଥିବା ଡାଇମଣ୍ଡ କମ୍ପାନୀରେ ହିଁ କାମ କରିବାକୁ ଯାଉଥିଲେ ।

ମୁମ୍ୱାଇର ସାନ୍ତା କ୍ରୁଜ୍‌ ପୋଲିସ୍‌ ଏନେଇ କହିଛି ଯେ, ଏହି ଘଟଣା ରବିବାର ସନ୍ଧ୍ୟାରେ ଭାଡେକର ରହୁଥିବା ନିଜ ଆପାର୍ଟମେଣ୍ଟ୍‌ରେ ଘଟିଛି । ସେ ମରିବା ପୂର୍ବରୁ ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ ଏକ ସୁଉସାଇଡ୍‌ ନୋଟ୍‌ ଲେଖି ଯାଇଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, ସେ ତାଙ୍କ ଝିଅକୁ ଛାଡ଼ି ରହିପାରିବେ ନାହିଁ । ତେଣୁ ତାକୁ ସାଙ୍ଗରେ ନେଇ ଯାଉଛି । ସେ ଏଥିପାଇଁ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ଶେଷରେ ସେ ଅନୁରୋଧ କରି ଲେଖିଛନ୍ତି ଯେ, ମୃତ୍ୟୁ ପରେ ତାଙ୍କ ଶବକୁ ତାଙ୍କ ପତ୍ନୀଙ୍କୁ ଯେଉଁଠାରେ ସଂସ୍କାର କରାଯାଇଥିଲା ସେହି ସ୍ଥାନରେ ହିଁ ତାଙ୍କର ଶେଷକୃତ୍ୟ କରିବାକୁ ସେ ତାଙ୍କ ପରିବାରକୁ କହିଛନ୍ତି । ସୂଚନା ଅନୁସାରେ, ଭାଡେକର ତାଙ୍କ ଭାଇ, ଝିଅ, ମାଆ ଏବଂ ପରିବାର ସହ ଏହି ଆପାର୍ଟମେଣ୍ଟ୍‌ରେ ରହୁଥିଲେ । କିଛିଦିନ ପାଇଁ ପରିବାର ଲୋକ ଅନ୍ୟ ସ୍ଥାନକୁ ଯାଇଥିବା ବେଳେ ସେ ଏପରି କରିଥିବା ତାଙ୍କ ଭାଇ ପୋଲିସ୍‌କୁ ସୂଚନା ଦେଇଛନ୍ତି ।

   Related Posts