ଘରପାଖ ଗଛର ଡାଳ ହେଲା କାଳ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

Published By : Prameya-News7 Bureau | March 12, 2021 IST

ଭଦ୍ରକ, ୧୨/୦୩: ଭଦ୍ରକରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଜଣଙ୍କର ଜୀବନ ଚାଲିଯାଇଛି । ମୃତ ଯୁବକ ଜଣକ ଧାମନଗର ଥାନା ଦୋବଲ ପଞ୍ଚାୟତ ସୋଧ ଗ୍ରାମର ଦୟାନିଧି ଜେନା ହୋଇଥିବା ଜଣାପଡ଼ିଛି ।

ଦୟାନିଧି ନିଜ ଘର ପାଖରେ ଥିବା ଏକ ଗଛ ଡାଳ କାଟୁଥିବା ସମୟରେ ୧୧ କେଭି ବିଦୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ପରେ ଅଚେତ ଅବସ୍ଥାରେ ତଳେ ପଡିଯାଇଥିଲେ । ନିକଟରେ ଥିବା ପଡୋଶୀ ଘରର କିଛି ଲୋକ ତୁରନ୍ତ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ମୃତକଙ୍କ ପରିବାର ପକ୍ଷରୁ ଧାମନଗର ଥାନାରେ ଏତଲା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.