Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବିବାହର ୧୫ଦିନ ପରେ ସ୍ବାମୀଙ୍କୁ ନପୁଂସକ କରି ଛାଡ଼ପତ୍ର ମାଗିଲା ପତ୍ନୀ : ତା’ପରେ ସ୍ବାମୀ କଲା ଏପରି କାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

6/06/2019 at 12:45 PM

ହାଇଦ୍ରାବାଦ ୬/୬: ହାଇଦ୍ରାବାଦରେ ଜଣେ ୩୨ବର୍ଷ ବୟସ୍କ ଯୁବକ ନିଜ ପତ୍ନୀର ଘରଲୋକଙ୍କୁ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଏକ ସେକ୍ସ ଭିଡିଓ ପଠାଇଛନ୍ତି ଯେଉଁଥିରେ ସେ ଅନ୍ୟ ଜଣେ ମହିଳାଙ୍କ ସହ ସେକ୍ସ କରୁଛନ୍ତି। ଏହି ଭିଡିଓର ଉଦ୍ଦେଶ୍ୟ ଏହା ପ୍ରମାଣିତ କରିବା ଯେ ସେ ନପୁଂସକ ନୁହଁନ୍ତି।

ଶ୍ବଶୁରଙ୍କ ଅଭିଯୋଗ ପରେ ଏହି ଯୁବକକୁ ପୋଲିସ୍ ଗିରଫ କରି ଜେଲ୍ ପଠାଇ ଦେଇଛି। ଅଭିଯୁକ୍ତର ପତ୍ନୀ ବିବାହର ୧୫ଦିନ ପରେ ସ୍ବାମୀଠୁ ଦୂରେଇ ଯାଇଥିଲେ। ଏହାପରେ କୋର୍ଟରେ ସ୍ବାମୀଙ୍କୁ ନପୁଂସକ ହେବାର ଦରଖାସ୍ତ ଦେଇ ଛାଡ଼ପତ୍ର ମାଗିଥିଲେ।

ସ୍ବାମୀ ଯେତେବେଳେ ଜାଣିଲେ ଛାଡ଼ପତ୍ରର କାରଣ ହେଉଛି ନପୁଂସକତା ସେତେବେଳେ ସେ ବହୁତ ରାଗି ଯାଇଥିଲେ। ସେ ନିଜ ଉପରେ ଏହି ନପୁଂସକତାର ଦାଗକୁ ହଟାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ଜଣେ ମହିଳାଙ୍କ ସହ ଯୈାନ ସମ୍ପର୍କ ସ୍ଥାପନ କରିବାର ଭିଡିଓ ଆଉ ଜଣେ ବ୍ୟକ୍ତିଙ୍କ ଦ୍ବାରା ସୁଟିଙ୍ଗ୍ କରାଇଥିଲେ।

ଏହାପରେ ଏହି ସେକ୍ସ ଭିଡିଓକୁ ଯୁବକ ଜଣକ କେବଳ ତାଙ୍କ ପତ୍ନୀଙ୍କୁ ନୁହେଁ ବରଂ ତାଙ୍କ ଶ୍ବଶୁର ଘର ଏବଂ ସମସ୍ତ ସମ୍ପର୍କୀୟଙ୍କୁ ପଠାଇଥିଲେ କାରଣ ସେ ପ୍ରମାଣିତ କରିବାକୁ ଚାହୁଁଥିଲେ ଯେ ସେ ନପୁଂସକ ନୁହଁନ୍ତି। ନିଜକୁ ପୁରୁଷ କରିବା ଏହି ଯୁବକକୁ ବହୁତ ମହଙ୍ଗା ପଡ଼ିଥିଲା। ସେଥିପାଇଁ ସେ ଏବେ ଜେଲରେ ଦଣ୍ଡ ଭୋଗୁଛି।

   Related Posts