କରୋନା ଭୟରେ ଆତ୍ମହତ୍ୟା: ୧୪ଦିନ ଧରି ହୋମ୍ କ୍ବାରେଣ୍ଟାଇନରେ ଥିଲେ

Published By : Prameya-News7 Bureau | April 04, 2020 IST

ବନାସକାଣ୍ଠା ୪/୪: ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏବେ ଲୋକଙ୍କୁ କ୍ବାରେଣ୍ଟାଇନ୍ ମଧ୍ୟ କରାଯାଉଛି। କରୋନା ଭାଇରସର ଭୟାବହତା ମଧ୍ୟରେ ଗୁଜୁରାଟର ବନାସକାଣ୍ଠାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି।

ବନାସକାଣ୍ଠାରେ ଜଣେ ବ୍ୟକ୍ତି ହୋମ୍ କ୍ବାରେଣ୍ଟାଇନରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍ ଯୋଗୁଁ ମୃତକ ଗତ ୧୪ଦିନରୁ ହୋମ୍ କ୍ବାରେଣ୍ଟାଇନରେ ଥିଲେ । ଶୁକ୍ରବାର ସେ କୌଣସି କାରଣବଶତଃ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପଛରେ ମାନସିକ ଅବସାଦ ଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.