ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝଅକୁ ଅପହରଣ କରିବା ପାଇଁ ଈ-ମେଲ ଧମକ ଦେଇଥିବା ଯୁବକ ଆଇଏଏସ ପାଇଁ କରୁଥିଲା ପ୍ରସ୍ତୁତି, ପୋଲିସ କରୁଛି ପଚରା ଉଚରା

Published By : Prameya-News7 Bureau | January 15, 2019 IST

ଦିଲ୍ଲୀ ୧୫/୧ : ଜାନୁଆରୀ ୯ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଫିସକୁ ଏକ ଇ-ମେଲ ଆସିଥିଲା | ଇ-ମେଲରେ କେଜ୍ରିୱାଲଙ୍କ ଝିଅଙ୍କୁ ଅପହରଣ କରିବା ନେଇ ଜଣେ ଧମକ ଦେଇଥିଲା | ଏହି ଧମକପୂର୍ଣ ଇ-ମେଲ ମିଳିବା ପରେ ହଇଚଇ ସୃଷ୍ଟି ହୋଇଯାଇଥିଲା | ଘଟଣା ପରେ ଦିଲ୍ଲୀ ପୋଲିସର ଦାୟିତ୍ୱ ମଧ୍ୟ ବଢି ଯାଇଥିଲା | କେଜ୍ରିୱାଲଙ୍କ ଝିଅଙ୍କ ସୁରକ୍ଷା ପାଇଁ ପୋଲିସ ନିୟୋଜିତ କରାଯାଇଥିଲା | ମେଲ କିଏ ଏବଂ କେଉଁଠୁ ପଠାଇଥିଲା ତାର ଯାଞ୍ଚ ପାଇଁ ପୋଲିସ ସାଇବର ସେଲର ସହାୟତା ନେଇଥିଲା | ସାଇବେର ସେଲର ଯାଞ୍ଚ ପରେ ଘଟଣା ପଛରେ ଥିବା ଅଭିଯୁକ୍ତ ପୋଲିସ ହାତରେ ଧରା ପଡିଛି |

{"id":74121}

ତଦନ୍ତ ଆଧାରରେ ଦିଲ୍ଲୀ ପୋଲିସ ଜଣେ ଯୁବକକୁ କାବୁ କରିଛି | ଯୁବକ ଜଣକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି | ଦିଲ୍ଲୀ ପୋଲିସ ଯୁବକକୁ ରାଏବରେଲୀରୁ ଦିଲ୍ଲୀ ଆଣି ପଚରାଉଚୁରା କରୁଛି | ତେବେ ଯୁବକ ଗିରଫ କରାଯାଇନଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି |

ପଚରାଉଚୁରାରୁ ଜଣାପଡିଛି ଯେ, ଗତ ଦେଢ଼ ବର୍ଷ ହେଲା ଯୁବକ ଜଣକ ଦିଲ୍ଲୀରେ ରହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ | ସେ ଦିଲ୍ଲୀରେ ରହି ପଢାପଢି କରୁଥିଲେ | ଗତ ବୁଧବାର ଦିନ ଯୁବକ କେଜ୍ରିୱାଲଙ୍କ ଅଫିସକୁ ଦୁଇଟି ଧମକପୂର୍ଣ ଇ-ମେଲ କରିଥିଲେ ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେବେ |

{"id":74122}

ସୂଚନାଯୋଗ୍ୟ ଯେ, କେଜ୍ରିୱାଲଙ୍କ ଝିଅ ହର୍ଶିତା କେଜ୍ରିୱାଲ ଗୁରୁଗ୍ରାମରେ ଏକ ଅନ୍ତର୍ଜାତୀୟ କମ୍ପାନୀ ପାଇଁ କାମ କରନ୍ତି |

ଇ-ମେଲରେ ଯୁବକ କେଜ୍ରିୱାଲଙ୍କୁ ଧମକ ଦେଇଥିଲେ ଯେ, ସେ ତାଙ୍କ ଝିଅଙ୍କୁ ଅପହରଣ କରିନେବେ ଏବଂ ହର୍ଷିତାଙ୍କୁ ତାଙ୍କ କବଳରୁ ରକ୍ଷା କରିବା ପାଇଁ ଯାହା କରିବାର ଅଛି କର ବୋଲି ଚ୍ୟାଲେଞ୍ଜ ଦେଇଥିଲେ |

{"id":74120}

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦୁଇ ପୁଅ ଝିଅ | ତାଙ୍କ ପରିବାର ଏତେ ହାଇ ପ୍ରୋଫାଇଲ ନୁହେଁ | ୨୦୧୪ ମସିହାରେ କେଜ୍ରିୱାଲଙ୍କ ଝିଅ ଆଇଆଇଟିର ପ୍ରବେଶିକା ପରୀକ୍ଷାରେ ପାସ ହୋଇ ଖୁବ ନାଁ କରିଥିଲେ | ଘଟଣାରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଜଣେ ମୁଖ୍ୟମନ୍ତ୍ରୀ ହୋଇ ମୁଁ ଝିଅର ଅପହରଣ ଖବର ଶୁଣି  ଯେତେବେଳେ ବିଚଳିତ ହୋଇଗଲି ସେତେବେଳେ ଜଣେ ସାଧାରଣ ବ୍ୟକ୍ତିର ଅବସ୍ଥା କଣ ହେଉଥିବା ମୁଁ ବୁଝିପାରୁଛି | " କେଜ୍ରିୱାଲଙ୍କ ଘର ଠାରୁ କିଛି ଦୂରରେ ଦିଲ୍ଲୀ ମେଟ୍ରୋ ଷ୍ଟେସନ ରହିଛି | ପାଖରେ ମେଟ୍ରୋ ଷ୍ଟେସନ ଥିବାରୁ ଘଟଣା ତାଙ୍କର ଚିନ୍ତା ବାଢ଼ିଦେଇଛି ବୋଲି କେଜ୍ରିୱାଲ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.