ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର, ମଶାଣିରେ ଜୀଇଁଉଠିଲେ ରୋଗୀ

Published By : Prameya-News7 Bureau | August 15, 2019 IST

ଜଳେଶ୍ବର ୧୫|୮: ବଞ୍ଚିଥିବା ରୋଗୀଙ୍କୁ ମୃତ ଘୋଷଣା ନେଇ ଉତ୍ତେଜନା ଦେଖାଦେଇଛି । ଜୀଇଁ ଉଠିଛନ୍ତି ଡାକ୍ତରଖାନାରୁ ମଶାଣି ଯାଇଥିବା ରୋଗୀ । ଜୀଅନ୍ତା ରୋଗୀଙ୍କୁ ମୃତ ଘୋଷଣା କରିଥିବାରୁ ତାତିଛନ୍ତି ଗାଁ ଲୋକେ ।

{"id":144524}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ସରକାରୀ ଡାକ୍ତରଖାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଜପୁର ଗାଁରୁ ଆସିଥିବା ରୋଗୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ଗାଁ ଲୋକେ ତାଙ୍କୁ ମଶାଣୀକୁ ନେବାବେଳେ ସେ ବଞ୍ଚି ଉଠିଥିଲେ । ଯାହାକୁ ନେଇ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

{"id":144525}

ଫଳରେ ଗାଁ ଲୋକ ଆସି ମେଡିକାଲରେ ଭଙ୍ଗାରୁଜା କରିଥିଲେ । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଗାଁ ଲୋକେ । ଉତ୍ତେଜନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.