Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ରାତିରେ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ବ୍ୟକ୍ତିଙ୍କୁ ସକାଳେ ଶବାଗାରରୁ ଜୀବନ୍ତ ବାହାର କଲା ପୋଲିସ

23/06/2019 at 7:02 PM

ସାଗର:  ଡାକ୍ତରଙ୍କ ଦ୍ୱାରା ରାତିରେ ମୃତ ଘୋଷିତ ଜନୈକ ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ତା ପରଦିନ ସକାଳେ ପୋଲିସ ଶବାଗାରରୁ ଜୀବନ୍ତ ଉଦ୍ଧାର କରିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ୍ୟ। ଶବାଗାରରୁ ଉଦ୍ଧାର ପରେ ବୃଦ୍ଧକୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଚିକତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମଧ୍ୟପ୍ରଦେଶ ସାଗର ଜିଲ୍ଲା ବିଣା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ବୃଦ୍ଧ ହେଉଛନ୍ତି କିଶନ ସୋନୀ ଓ ସେ ଛତରପୁର ଜିଲ୍ଲା ନୌଗାଁର ବୋଲି ବିଣା ଥାନା ଆଇଆଇସି ଅନିଲ ମୌର୍ଯ୍ୟ କହିଛନ୍ତି।

କିଶନ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଗତ ୧୪ ତାରିଖ ଦିନ ବିଣା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହେଉଥିବା ବେଳେ ଜୁନ ୨୦ ତାରିଖ ରାତି ପ୍ରାୟ ୯ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଥାନାକୁ ଜଣାଇଦେଇଥିଲେ। ତେବେ ପୋଲିସ ତା ପରଦିନ ସକାଳେ ହସ୍ପିଟାଲରେ ପହଞ୍ଚି ଶବାଗାରରୁ ତାଙ୍କ ଶବ ଆଣିବାକୁ ଯିବା ବେଳେ ସେ ବଞ୍ଚିଥିବା ଦେଖାଯାଇଥିଲା। ପୋଲିସକୁ ଦେଖି ସେ କିଛି କହିବାକୁ ଚେଷ୍ଟା ବି କରିଥିଲେ। ଏହା ଦେଖି ପୋଲିସ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିବା ବେଳେ ଉପସ୍ଥିତ ଡାକ୍ତରମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ହେଲେ କିଛି ସମୟ ପରେ ବୃଦ୍ଧଙ୍କର ପୁଣି ମୃତ୍ୟୁ ହୋଇଥିଲା।

ତେବେ ବୃଦ୍ଧଙ୍କ ଏଭଳି ମୃତ୍ୟୁ ପାଇଁ ତାଙ୍କୁ ପ୍ରଥମେ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ଅବହେଳାକୁ ଦାୟି କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟାଧିକାରୀ ଡା.ଏସ.ଆର. ରୋସନ ମାମଲାରେ ଡାକ୍ତରଙ୍କ ଅବହେଳା ଯାଞ୍ଚ ହେବ ବୋଲି କହିଛନ୍ତି। ସେହିପରି ବିଣା ଏସଡିଓ ମାମଲାର ଯାଞ୍ଚ ରିପୋର୍ଟ ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟାଧିକାରୀଙ୍କୁ ପ୍ରଦାନ କରାଯିବା ପରେ ମାମଲାର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

   Related Posts