ମାଛ ଧରିବାକୁ ଯାଇ ଜୀବନ ଗଲା

Published By : Prameya-News7 Bureau | August 12, 2018 IST

ବଡ଼ବିଲ ୧୨/୮ : ମାଛ ଧରିବାକୁ ଯାଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି । ଘଟଣାଟି ବଡ଼ବିଲ ​‌ବଲାଣୀ ଥାନା ଅଂଚଳର |ମୃତକ ହେଲେ ବଲାଣୀ ଥାନା ମଣି ବସ୍ତିର ଶଙ୍କର ମୁଣ୍ଡା । ଗତକାଲି ସେ ବନିଶି ନେଇ କାରୋନଦୀକୁ ମାଛ ଧରିବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ଆଜି ତାଙ୍କର ମୃତ ଦେହ ବଲାଣୀ କାରୋ ଗେଷ୍ଟ ହାଉସ ନିକଟ ନଦୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ବଲାଣୀ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତବେ ଶଙ୍କର ମୁଣ୍ଡା ମୂର୍ଚ୍ଛ। ରୋଗରେ ପୀଡିତ ଥିଲେ ଓ ସେ ସେହି କାରଣରୁ ନଦୀରେ ପଡ଼ି ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.