କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | June 03, 2019 IST

ପଟ୍ଟାମୁଣ୍ଡାଇ ୩/୬ : କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡା ଗାଁର ସଞ୍ଜୟ ପ୍ରଧାନ । ଗତକାଲି ପୋଖରୀରେ ଗାଧୋଉଥିବା ବେଳେ ସଞ୍ଜୟଙ୍କୁ କୁମ୍ଭୀର ଟାଣି ନେଇଥିଲା । ଗାଁଲୋକେ ସଞ୍ଜୟଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ତେବେ ଆଜି ସକାଳୁ ସଞ୍ଜୟଙ୍କ କ୍ଷତାକ୍ତ ମୃତଦେହ ହରିଜନ ସାହି ତୁଠରେ ଭାସୁଥିବାର ଦେଖି ଗାଁଲୋକେ ତାଙ୍କ ମୃତଦେହକୁ ପୋଖରୀ ତୁଠରୁ ବାହାରକୁ କାଢ଼ିଥିଲେ । ଗାଁଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ସଞ୍ଜୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

{"id":118984}


ସୂଚନାଯୋଗ୍ୟ ଯେ, ଗତକାଲି ସଞ୍ଜୟ ବ୍ରାହ୍ମଣୀ ନଦୀ ପ୍ରଧାନ ସାହି କୂଳକୁ ଗାଧୋଇବାକୁ ଯାଇଥିଲେ । ସେଠାରେ କୁମ୍ଭୀର ତାଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣିନେଇଥିଲା ।

{"id":118985,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.