ଜଗତସିଂହପୁରରେ ଜଣେ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | October 04, 2018 IST

ଜଗତସିଂହପୁର ୪|୧୦: ଜଗତସିଂହପୁର ଜିଲ୍ଲା ସଦର ଥାନା ଅଳସୁଧା ଗାଁ ମଶାଣି ନିକଟରୁ ଜଣେ ବ୍ୟକ୍ତିଙ୍କର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଅଳସୁଧା ଗାଁର ପ୍ରମୋଦ ଓଝା। ଗତକାଲିଠାରୁ ସେ ଘରୁ ନିଖୋଜ ଥିଲେ । ପରିବାର ଲୋକେ ଖୋଜା ଖୋଜି କରୁଥିବା ବେଳେ ଆଜି ତାଙ୍କର ମୃତଦେହ ଗାଁ ମଶାଣି ନିକଟରେ ପଡିଥିବାର ଦେଖିବାକୁ ପାଇଥିଲେ । ମୃତ ପ୍ରମୋଦଙ୍କର ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇ ଥିବାର ଅଭିଯୋଗ ହେଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.