ଅଂଶୁଘାତରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | May 20, 2019 IST

ଗଞ୍ଜାମ  ୨୦/୫: ଗଞ୍ଜାମ ବ୍ଲକ ଖଁଡ଼ିଦେଉଳୀ ଗ୍ରାମର ଖାଲି ସାହୁ (୫୭) ଅଂଶୁଘାତ ଯୋଗୁଁ ପ୍ରାଣ ହରାଇଛନ୍ତି।. ସେ ଖଣ୍ଡିଦେଉଳି ପଂଚାୟତ ଅଫିସରେ ପିଅନ ଭାବେ କାର୍ଯ୍ୟରତ ଥିଲେ।  ପଂଚାୟତରେ ଚାଉଳ ବାଣ୍ଟିବା ପରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଖଣ୍ଡଦେଉଳି ମେଡିକାଲକୁ ନିଆ ଯାଇଥିଲା। ପରେ ଛତ୍ରପୁର ମେଡିକାଲ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଜଣା ପଡ଼ିଛି। ଖବର ପାଇ ରମ୍ଭା ପୋଲିସ ମେଡିକାଲରେ ପହଂଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.