ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଅଭିଯୋଗ
29/05/2019 at 12:21 PM

ଉଦଳା ୨୯|୫: ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଉତମ କୁମାର ପାଟୁଳିଆ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଦୁତିକାଦେଇପୁର ଗ୍ରାମର ଉତମ କୁମାର ପାଟୁଳିଆ ଗତକାଲି ଜଣେ ବ୍ୟକ୍ତିଙ୍କ ବାଡ କାମ କରିବାକୁ ଯାଇଥିଲେ । ଡହ ଡହ ଖରାରେ କାମ କରୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ସେଠାରେ ତାଙ୍କର ବାନ୍ତି ହୋଇଥିଲା । ପରେ ସେ ସେଠାରୁ ଆସି ଘରେ ଶୋଇ ପଡିଥିଲେ । ତେବେ ଦୀର୍ଘ ସମୟ ଧରି ଘରେ ଶୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଡାକିଥିଲେ ସୁଦ୍ଧା ସେ ଉଠି ନଥିଲେ । ଶେଷରେ ରାତିରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅଂଶୁଘାତରେ ଉତମଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।
Related Posts
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021