ଶୌଚ ହେବାକୁ ଯାଇଥିବା ବେଳେ ଝୁଣି ଖାଇଲା ଭାଲୁ
27/09/2019 at 11:17 AM

ବାଂଶପାଳ ୨୭।୯: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବିଜେପି ରେଞ୍ଜ ଶଙ୍କରେଇ ଗ୍ରାମରେ ଗତକାଲି ଭାଲୁ ଆକ୍ରମଣରେ ଜଣଙ୍କର ମୁତ୍ୟୁ ଘଟିଛି । ମୃତକ ବଖୁଲୁ ପ୍ରଧାନ ଗତକାଲି ସକାଳେ ଘର ନିକଟସ୍ଥ ବିଲ ପାଖ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ବଖୁଲୁକୁ ଭାଲୁ ଆକ୍ରମଣ କରିଥିଲା । ତାଙ୍କ ମୁଣ୍ଡକୁ ଅଧା ଖାଇ ଦେବା ସହ ଗୋଡ ଭାଙ୍ଗି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୁତ୍ୟୁ ଘଟିଥିଲା ।
ବହୁ ସମୟ ଧରି ଘରକୁ ନଫେରିବା ପରେ ତାକଂ ସ୍ତ୍ରୀ ମଙ୍ଗଳି ପ୍ରଧାନ ତାକୁଂ ଖୋଜାଖୋଜି କରି ନିକଟସ୍ଥ ଜଙ୍ଗଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବାର ଦେଖିବାକୁ ପାଇଥିଲେ ଏବଂ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଖବରପାଇ ରାତିରେ ବନବିଭାଗ ଘଟଣାସ୍ଥଳରେ ପହଁଚିଥିଲା ।
Related Posts
କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି
27 February 2021