ରାସ୍ତା କଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
21/10/2019 at 9:52 AM

ଆନନ୍ଦପୁର ୨୧।୧୦: ରାମଚନ୍ଦ୍ରପୁର ଥାନା ହରିପୁର ଗାଁ ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହରିପୁର ଗାଁର ଗୋବର୍ଦ୍ଧନ ନାଥ । ମୁଣ୍ଡରେ ଗଭୀର କ୍ଷତ ଥିବାରୁ ପରିବାର ଲୋକେ ହତ୍ୟା ସନ୍ଦେହ କରୁଛନ୍ତି । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ପୋଲିସ ।

ତେବେ ଗତକାଲି ରାତିରେ ସେ ନିଜ ବଡଭାଇଙ୍କ ଘରେ ଚା’ ପିଇସାରି କେଉଁଆଡେ ଚାଲିଯାଇଥିଲେ । ରାତିରେ ଆଉ ଘରକୁ ଫେରିନଥିଲେ । ତେବେ କେଉଁ କାରଣରୁ ଓ କିଏ ତାଙ୍କୁ ହତ୍ୟା କଲା, ସେ ନେଇ କୌଣସି ସଠିକ୍ ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021