ହୋଟେଲ ରୁମ୍ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | June 18, 2019 IST

ବଡବିଲ ୧୮|୬: ହୋଟେଲ ରୁମ୍ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବଡ଼ବିଲ ମେନରୋଡ୍ ରେ ଥିବା ଆକାଶ ହୋଟେଲ ରୁମ୍ ନଂ ୧୦୧ରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ହରିୟାଣା ଫରିଦାବାଦ୍ ସେକ୍ଟର ୧୭ ଅଂଚଳର ଶିବ କୁମାର ବିହାନି । ଶିବଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବଡ଼ବିଲ ପୋଲିସ ମୃତଦେହକୁ ଜବତ କରି ଯୋଡ଼। ଟାଟା ଷ୍ଟିଲ୍ ମେଡିକାଲର ଶବଗୃହକୁ ପଠାଇବା । ତାଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଖବର ଦେଇଛି ପୋଲିସ ।

{"id":124419}

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ୨ଟା ସମୟରେ ଶିବ କୁମାର, କୋଲକାତାରୁ ଆସି ଆକାଶ ହୋଟେଲର ରୁମ୍ ନଂ ୧୦୧ରେ ରହିଥିଲେ । ଆଜି ତାଙ୍କର ସେହି ରୁମ୍ ଭିତରେ ମୃତ୍ୟୁ ଘଟିଛି । ସକାଳୁ ରୁମ୍ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଶିବ କୁମାରଙ୍କ ଅଧା ଶରୀର ଖଟ ଉପରେ ଓ ଆଧା ତଳକୁ ଥିବାର ଝରକା ପଟୁ ଦେଖିଥିଲେ । ଏହାପରେ ସେ କବାଟ ବାଡେଇ ତାଙ୍କୁ ଡାକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶିବ କୁମାର କବାଟ ଖୋଲି ନଥିଲେ । ଏନେଇ ପୋଲିସକୁ ଖବର ଦିଆଯିବା ପରେ କବାଟ ତାଡ଼ି ତାଙ୍କ ମୃତଦେହ ଉଦ୍ଧାର କରାଯାଇ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.