ରାସ୍ତା କଡରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | June 20, 2019 IST

ଟିଟିଲାଗଡ ୨୦|୬: ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ବାଗଦେର ଗାଁ ରାସ୍ତା କଡରୁ ମିଳିଛି ମୃତଦେହ । ମୃତକ ହେଲେ ଘଟବାହାଲିର ରାଜେନ୍ଦ୍ର ଛତର । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଟିଟିଲାଗଡ ଜିଲ୍ଲା ବାଗଦେର ଗାଁ ନିକଟ ରାସ୍ତା କଡରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟିଟିଲାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଏକ ବାଇକ୍ ମଧ୍ୟ ଜବତ ହୋଇଛି । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.