ନାଳ କଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | January 01, 2020 IST

କେନ୍ଦୁଝର ୧।୧: କେନ୍ଦୁଝରରେ ବିଷାକ୍ତ ମଦ ଆତଙ୍କ । ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ସହର ଆଟୋପୁର ଅଞ୍ଚଳର ଭୋଳା ନାଏକଙ୍କ ମୃତଦେହ କେନ୍ଦୁଝର ଟାଉନ ଥାନାର ଠାକୁର ପାଟଣା ନିକଟ ଫୁଲଝର ଗ୍ରାମ ନିକଟ ନାଳ କଡରେ ପଡିଥିବାର ଆଜି ସକାଳେ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ ନୂଆବର୍ଷ ଆଗମନରେ ଖୁସିରେ ବିଭୋର ହୋଇ ପ୍ରଚୁର ମଦ୍ୟପାନ କରିଥିଲେ ବୋଲି ଜଣାପଡିଛି । ଆଜି ତାଙ୍କର ମୃତ୍ୟୁ ହେବା ପରେ ବିଷାକ୍ତ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହେଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.